ଏହି ଦିନ ଏକ ଦୁର୍ଲଭ ସଂଯୋଗ ଘଟିଛି, ଯାହା ପାଇଁ ଆଜିର ଦିନର ସହତ୍ୱ ବଢିଯାଇଛି । ଏହି ପର୍ବ ସୋମବାର ପଡିବା ଏକ ବଡ ସଂଯୋଗ ଅଟେ । ଏହି ବର୍ଷ ଶିବରାତ୍ରୀ କ୍ଷବଣା ନକ୍ଷତ୍ରରେ ପଡୁଛି । କ୍ଷବଣାଙ୍କ ସ୍ୱାମୀ ଚନ୍ଦ୍ରମା । କ୍ଷବଣା ନକ୍ଷତ୍ର ଏବଂ ସୋମବାର ଏକା ସାଥୀରେ ପଡୁଥିବାର ୁ ମହାଶିବରାତ୍ରୀରେ ଶୁଭ ସଂଯୋଗ ରହିଛି ।
ମହାଶିବରାତ୍ରୀରେ କିପରି କରିବେ ରୁଦ୍ରାଭିଷେକ
-କ୍ଷୀରରେ ରୁଦ୍ରାଭିଷେକ କରିବା ଦ୍ୱାରା ମନୋସ୍ଲମନା ପୂର୍ଣ୍ଣ ହୋଇଥାଏ ।
-ଯେଉଁମାନେ ରୋଗରେ ପୀଡିତ ଅଛନ୍ତି ସେମାନେ କୁଶ ଏବଂ ଗଙ୍ଗାଜଳରେ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ।
-ଧନ ପ୍ରାପ୍ତି ପାଇଁ ଦେଶୀ ଘିଅରେ ରୁଦ୍ରାଭିଷେକ କରନ୍ତୁ ।
-ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଦୀର୍ଘାୟୁ ହୋଇଥାନ୍ତି ।
ଉପାୟ ୧-
ଶିବରାତ୍ରୀ ଦିନ ମନ୍ଦିରରେ ଦୀପ ଜଳାନ୍ତୁ । ଶିବ ପୁରାଣ ଅନୁସାରେ ପୂର୍ବ ଜନ୍ମରେ କୁବେର ରାତିରେ ଶିବଲିଙ୍ଗ ପାଖରେ ଦୀପ ଲଗାଇଥିଲେ । ଏହି କାରଣରୁ ଆଗ ଜନ୍ମରେ ସେ ଦେବତା ହୋଇ ଜନ୍ମ ହୋଇଥିଲେ ।
ଉପାୟ ୨-
ଜଳରେ କେଶର ମିଶାଇ ଏହି ଜଳକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହି ଉପାୟ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ।
ଉପାୟ ୩-
ଶିବଲିଙ୍ଗ ଉପରେ ଦୁବ ଚଢାନ୍ତୁ । ଶିବ ଏବଂ ଗଣେଶଙ୍କ କୃପା ମିଳିବ ।
ଉପାୟ ୪-
ଶିବଲିଙ୍ଗ ଉପରେ ତେଲ ଚଢାନ୍ତୁ । ଏହି ଉପାୟ କଲେ ଶନି ଦୋଷ ଦୂର ହୋଇଥାଏ ।
ଉପାୟ ୫-
ଶୀଘ୍ର ବିବାହ ପାଇଁ ହଳଦିଆ ବସ୍ତ୍ର ଧାରଣ କରି ୧୦୮ ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ ।