Mon. Jan 27th, 2025

ଶିକ୍ଷା ବିକାଶ ସମିତି ପଶ୍ଚିମ ସମ୍ଭାଗସ୍ତରୀୟ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ

rklsanchar@gmail.com' By J.N. Pradhan Jul 22, 2018 #Featured
1,078 Views

ରାଉରକେଲା, ୨୨/୭: ପଶ୍ଚିମ ସମ୍ଭାଗର ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ବୈଠକ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ବୈଠକରେ ବିଇଓ ଗାର୍ଗୀ ଟେଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପଶ୍ଚିମ ସମ୍ଭାଗ ସମ୍ପାଦକ ଖଗେଶ୍ୱର ଦାଶ, ପଶ୍ଚିମ ସମ୍ଭାଗ ସଭାପତି କୃଷ୍ଣ କୁମାର ଗୁପ୍ତା, ସ୍ଥାନୀୟ ବିଦ୍ୟାଳୟ ଉପସଭାପତି ନିବେଦିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ବରଗଡ ପ୍ରମୁଖ ଜୟ କିଶୋର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବନ୍ଦନା ପ୍ରାର୍ଥନା ପରେ ୨୦୧୭-୧୮ ଶିକ୍ଷାବର୍ଷରେ ଦିବଙ୍ଗତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଆଚାର୍ଯ୍ୟା, ଜ୍ୟେଷ୍ଠ ଶ୍ରେଷ୍ଠ କର୍ମକର୍ତ୍ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାକୁ ରାମଚନ୍ଦ୍ର ଦଣ୍ଡସେନା ପରିଚାଳନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ମାତୃ ଭାରତୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା । ପଶ୍ଚିମ ସମ୍ଭାଗର ସମ୍ଭାଗ ସଂଯୋଜକ ସଞ୍ଜୟ କୁମାର ମିଶ୍ର ପରିଚୟ ପ୍ରଦାନ କରିଥିଲେ ।

ପ୍ରାଦେଶିକ ମେଧା ଓ ଶ୍ରୀଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମ୍ଭାଗ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ଭାଇ ଓ ଭଉଣୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାନ୍ତ ପରୀକ୍ଷା ପ୍ରମୁଖ ଅଶ୍ୱିନୀ କୁମାର ନାୟକ ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ୨୦୧୮-୧୯ ଶିକ୍ଷା ବର୍ଷର ବାର୍ଷିକ ଯୋଜନା ପୁସ୍ତକ ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ଟେଟେ ଉପସ୍ଥିତ ସମସ୍ତ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ନିଷ୍ଠା ଏବଂ ଶ୍ରଦ୍ଧାର ସହ ଶୈକ୍ଷିକ ବିକାଶ  ଏକାନ୍ତ ଆବଶ୍ୟକ ତଥା ସରକାରୀ ଶିକ୍ଷା ଅଧିକାର ନିୟମକୁ ସୁଚାରୁରୂପେ ମାନ୍ୟତା ଦେଇ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ଡିଇଏଲ୍ଡି ଯୋଜନାରେ ସମସ୍ତ ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ଅନ୍ତର୍ଭୁକ୍ତ ହୋଇଥିବାରୁ ବିଶେଷ ଆନନ୍ଦ ପ୍ରକାଶ କରିଥିଲେ । ସମ୍ଭାଗ ସଭାପତି କୃଷ୍ଣ କୁମାର ଗୁପ୍ତା ସମସ୍ତ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ, ବିଦ୍ୟାଭାରତୀର ବିଚାର ଓ ସଂସ୍କାରକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ କହିଥିଲେ ।    ୬ଷ୍ଠ ଶ୍ରେଣୀର ଶିଶୁ ଭାଇ ସତ୍ୟପ୍ରକାଶ ଦାସଙ୍କ ଦ୍ୱାରା ବ୍ୟକ୍ତିଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା ଶିକ୍ଷାରେ ବୋଧ ଚତୁଷ୍ଟୟ ଉପରେ ଆଲୋକପାତ କରିଥିଲେ । ସମାଜବାଦ, ଆଧ୍ୟାତ୍ମବାଦ, ରାଷ୍ଟ୍ରବାଦ ଓ ସଂସ୍କାରବାଦ ଉପରେ ଆଲୋକପାତ କରିବାକୁ ଯାଇ ବୀର ସାଭରକର, ବୀର ହନୁମାନ ଓ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଏହି ଅବସରରେ ଉପସଭାପତି ନିବେଦିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Related Post