Fri. Mar 6th, 2026

ଶଶୁରଦ୍ୱାରା ଦୁଷ୍କର୍ମ ଶିକାର ହେବାପରେ ନବ ବିବାହିତା ସ୍ୱାମୀଙ୍କୁ ଜଣାଇଲେ, କିନ୍ତୁ ସ୍ୱାମୀ ଏଥିପାଇଁ ଉସୁକାଇଲେ 

412 Views

ଭୋପାଳ:ଭୋପାଳର ଜଣେ ୨୦ ବର୍ଷୀୟା ନବ ବିବାହିତାଙ୍କୁ ତାଙ୍କର ଶଶୁର  ଦୁଷ୍କର୍ମ କରିଥିଲେ। ସେହି ଘଟଣା ସଂପର୍କରେ ନବ ବିବାହିତା ଜଣକ ନିଜର ସ୍ୱାମୀ ଓ ଶାଶୁଙ୍କୁ କହିଥିଲେ।ହେଲେ ସେ ଦୁହେଁ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ,ବରଂ ଓଲଟା ସେ ଦୁହେଁ ଗାଳି ଦେଇଥିଲେ।

ତା’ପରେ ନବ ବିବାହିତା ଜଣକ ନରସିଂହପୁରରେ ଥିବା ନିଜ ବାପଘରକୁ ଚାଲି ଆସିଥିଲେ। ପୁଲିସ କହିବା ଅନୁଯାୟୀ,୨୦ ବର୍ଷୀୟା ଯୁବତୀ ଯେବେଠୁଁ  ବିବାହ କରିଥିଲେ,ସେବେଠୁଁ ଶଶୂରର ଲୋଲୁପ ଦୃଷ୍ଟି ବୋହୂ ଉପରେ ପଡ଼ିଥିଲା। ଶଶୁର ତା’ ସହିତ ମଝିରେ ମଝିରେ ଅଶ୍ଳୀଳ ଆଚରଣ କରି ଆସୁଥିଲା। ହେଲେ ଦିନେ  ବୋହୂକୁ ଘରେ ଏକୁଟିଆ ପାଇ ଜୋର ଜବରଦସ୍ତି ତା’ ସହିତ  ଦୁଷ୍କର୍ମ କରିଲା ଶଶୁର ।

ଶଶୁରର ଦୁଷ୍କର୍ମ ଘଟଣା ସଂପର୍କରେ ବୋହୂ ନିଜ ବାପଘରେ କହିଥିଲେ। ହେଲେ ସେମାନେ ମିଳାମିଶାର ଉଦ୍ୟମ କରିଥିଲେ। କିନ୍ତୁ ସ୍ୱାମୀ ଯୁବତୀକୁ ଆତ୍ମହତ୍ୟା କରିବା ଲାଗି ଉସୁକାଇଥିଲେ। ଯୁବତୀ ଜଣକ ନିଜ ବାପଘରେ ଆତ୍ମହତ୍ୟା କରିଥିଲେ।

By amfnews

Related Post