Mon. Mar 17th, 2025

ଶଶି ଥରୁରଙ୍କ ପରେ, ଅମ୍ରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ କଲେ ସମର୍ଥନ

By amfnews Jul 30, 2019 #Featured
114 Views

ନୂଆଦିଲ୍ଲୀ: କଂଗ୍ରେସ  ଅଧ୍ୟକ୍ଷ ପଦ ପୂରଣ ଲାଗି ନାମ ମନୋନୟନ ଏଯାବତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ପାରିନାହିଁ । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ୍‌ ଅମ୍ରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମକୁ ସମର୍ଥନ କରିଛନ୍ତି।

ଅମ୍ରିନ୍ଦର ସିଂହଙ୍କ କହିବାନୁସାରେ, ଦଳକୁ ସମ୍ଭାଳିବ ପାଇଁ ପ୍ରିୟଙ୍କା ଗାନ୍ଧି ହିଁ ଜଣେ ଆଦର୍ଶ ପ୍ରାର୍ଥୀ ହୋଇପାରିବେ। ସେ ଯଦି କଂଗ୍ରେସ ଅଧ୍ୟକ୍ଷ ଭାବେ ଚୟନ ହେବେ ତେବେ ତାଙ୍କୁ ସବୁଆଡୁ ସମର୍ଥନ ମିଳିବ। କିନ୍ତୁ ଏସବୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଳୁସି) ଉପରେ ନର୍ଭର କରିବ, ଯାହାକି ଏହା ଉପରେ ନିର୍ଣ୍ଣୟ ନେବାକୁ ଅଧିକୃତ ହୋଇଛି।

ତେବେ ଏହା ପୂର୍ବରୁ କଂଗ୍ରେସ ନେତା ଶଶି ଥରୁର ଗତ ରବିବାର କହିଥିଲେ କି, ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଲେ ପ୍ରିୟଙ୍କା ଗାନ୍ଧି ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ। ଆଶା କରାଯାଉଛି କି ସେ ରାଷ୍ଟ୍ରପତି ପଦ ପାଇଁ ବି ନିର୍ବାଚନ ଲଢ଼ିବେ। ଏଥିସହିତ ସେ କହିଛନ୍ତି ଗାନ୍ଧି ପରିବାରରେ ଏହା ନିଷ୍ପତ୍ତି ହେବ କି ପ୍ରିୟଙ୍କା ନିର୍ବାଚନ ଲଢ଼ିବେ କି ନାହିଁ। ପ୍ରିୟଙ୍କାଙ୍କ ପାଖରେ ଏକ ‘ପ୍ରାକୃତିକ କରିସ୍ମା’ ରହିଛି। ଏହା ତାଙ୍କୁ ତାଙ୍କ ଦାଦି ତଥା ପୂର୍ବତନ ପାର୍ଟି ଅଧ୍ୟକ୍ଷା ସ୍ୱର୍ଗତଃ ଇନ୍ଦିରା ଗାନ୍ଧିଙ୍କ ସହିତ ତୁଳନା କରିବା ପାଇଁ ପ୍ରେରିତ କରିଥାଏ।

By amfnews

Related Post