Sun. Mar 8th, 2026

ଶବ ବ୍ୟବଚ୍ଛେଦ ବେଳେ ଉଠି ବସିଲା ମୃତ ଘୋଷିତ ନାବାଳକ

192 Views

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଡାକ୍ତରମାନଙ୍କର ବେପରୁଆ ମନୋଭାବର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଜଣେ ନାବାଳକକୁ ମୃତ ବୋଲି ଘୋଷଣା କରିଥିଲେ,ମାତ୍ର ସେ ଜୀବିତ ଥିଲେ,ଏକଥା ଜାଣିପାରିନଥିଲେ ଡାକ୍ତରଜଣକ। ପରେ ଡାକ୍ତର ଉକ୍ତ ମୃତ ଘୋଷିତ ନାବାଳକର ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ସେଠାରେ ସେ ଉଠି ବସିଥିଲା।

ଜବଲପୁର ତିଲହରିରେ ରହୁଥିବା ଜଣେ ମହିଳା ସବିତାଙ୍କର ଘରମାଲିକଙ୍କ ସହ ଘରଭଡ଼ାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ମୀନା ଓ ବର୍ଷା ନାମ୍ନୀ ଦୁଇ ଜଣ ମହିଳା ସବିତାଙ୍କୁ ମାଡ଼ ମାରିଥିଲେ।ଏହା ଦେଖି ପୁଅ ଅନୁରାଗ(୧୬)ନିଜକୁ ରୋକି ପାରି ନଥିଲା। ସେ ତତ୍‌କ୍ଷଣାତ୍‌ ମାଆ ସବିତାଙ୍କୁ ଉଭୟଙ୍କ କବଳରୁ ରକ୍ଷା କରିବା ଲାଗି ଧାଇଁ ଆସିଲା। ସେହି ସମୟରେ ବର୍ଷା ଓ ମୀନା ଅନୁରାଗକୁ ଧକ୍‌କା ଦେଲେ। ଫଳରେ ଅନୁରାଗ ତଳେ ପଡ଼ିଗଲା। ତା’ପରେ ସେହି ଦୁଇ ମହିଳା ନିଜର ପରିବାର ଲୋକଙ୍କ ସହ ମିଶି ଅନୁରାଗକୁ ମାରି ମାରି ଦରମରା କରି ଦେଇଥିଲେ।

By amfnews

Related Post