Wed. Jan 8th, 2025

ଲୋକସଭା ନିର୍ବାଚନ ସହ ୩ଟି ବିଜେପି ଶାସିତ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, କଂଗ୍ରେସ ଆରମ୍ଭ କଲା ପ୍ରସ୍ତୁତି

By amfnews Jan 28, 2019 #Featured
172 Views

ନୂଆଦିଲ୍ଲୀ, ଜାନୁଆରୀ ୨୮ : କଂଗ୍ରେସ ଲୋକସଭା ନିର୍ବାଚନ ସହ ବିଜେପି ଶାସିତ ମହାରାଷ୍ଟ୍ର, ହରିୟାଣା ଏବଂ ଝାରଖଣ୍ଡ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଦଳ ଆଶଙ୍କା କରୁଛି କି, ଅପ୍ରେଲ-ମଇରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ଏହି ରାଜ୍ୟ ଗୁଡିକରେ ସମୟ ପୂର୍ବରୁ ନିର୍ବାଚନ ହୋଇପାରେ । ଏହି ତିନୋଟି ବିଧାନସଭା ଗୁଡିକର କାର୍ଯ୍ୟକାଳ ଏହି ବର୍ଷ ଅନ୍ତରେ ସମାପ୍ତ ହେବାକୁ ଯା

ସୂଚନା ମୁତାବକ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ କଂଗ୍ରେସ କମିଟି ଗୁଡିକ ଅପ୍ରେଲ ମଇରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଦଳ ମହାରାଷ୍ଟ୍ର, ହରିୟାଣା ଏବଂ ଝାରଖଣ୍ଡରେ ଯଦି ଠିକ ସମୟ ପୂର୍ବରୁ ନିର୍ବାଚନ ଘୋଷଣା ହୁଏ ତେବେ ଏଥିପାଇଁ ଆକସ୍ମିକ ଯୋଜନା ଉପରେ କାମ କରାଯିବ । କଂଗ୍ରେସ ଅନୁଯାୟୀ, ହରିୟାଣା ଏବଂ ମହାରାଷ୍ଟ୍ରରେ ବିଜେପିର ସମୀକରଣ ଏବଂ କିଛି କାରଣରୁ ଏଠାରେ ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରାଯିବା ନେଇ ଇଶାରା କରୁଛି । ତେବେ ଏନେଇ ବିଜେପି ଏବଂ କେନ୍ଦ୍ର ସରକାର କିଛି ସ୍ପଷ୍ଟ କରି ନାହାଁନ୍ତି । ଫେବୃୟାରୀର ବଜେଟ ଘୋଷଣା ପରେ ରାଜନୈତିକ ପଦକ୍ଷେପର ଖୁଲାସା ହେବ ବୋଲି ଆଶଙ୍କା କରାଯାଉଛି । ମାର୍ଚ୍ଚରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ପାରେ ।

କଂଗ୍ରେସ ନେତାଙ୍କ ଅନୁଯାୟୀ, ହରିୟାଣାରେ ମନୋହର ଲାଲ ଖଟରଙ୍କ ସରକାର ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମ୍ୁର୍ଣ୍ଣ ଶକ୍ତିର ସହ ନିର୍ବାଚନ ମଇଦାନରେ ଓହ୍ଲାଇ ପାରନ୍ତି । ତେଣୁ ବିଜେପି ସେଠାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରିବ । ହରିୟାଣା କଂଗ୍ରେସ ଅଧ୍ୟକ୍ଷ ଅଶୋକ ତମ୍ବର କହିଛନ୍ତି କି, କଂଗ୍ରସ ହରିୟାଣାରେ ଲଢିବା ପାଇଁ ପ୍ରସ୍ତୁତ ଅଛି । ରାଜ୍ୟରୁ ଏବଂ କେନ୍ଦ୍ରରୁ ମୋଦୀ ସରକାରଙ୍କୁ ଓପାଡି ଫୋପାଡିବା ପାଇଁ କଂଗ୍ରେସ ଚେଷ୍ଟା ଚଳାଇଛି ।

ଝାରଖଣ୍ଡରେ ମଧ୍ୟ କଂଗ୍ରେସ ଏବଂ ଜେଏମଏମ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ଗଲାଣି । ଝାରଖଣ୍ଡରେ କଂଗ୍ରେସ ପ୍ରଭାରୀ ଆରପିଏନ ସିଂହ କହିଛନ୍ତି କି, ଝାରଖଣ୍ଡ କଂଗ୍ରେସ ଏକ ସହ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଲଢିବ ।

By amfnews

Related Post