Sat. Jan 25th, 2025

ଲାଲୁ ପରିବାରକୁ ଡବଲ ଝଟକା: ପିଟିସନ ଖାରଜ, ୩ଙ୍କ ବିରୋଧରେ ଚାର୍ଜସିଟ ଦାଖଲ

By amfnews Aug 25, 2018 #Featured
197 Views

ପାଟଣା, ଅଗଷ୍ଟ ୨୫ :

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଶନିଦଶା ପଡ଼ିଛି । ଗୋଟିଏ ଦିନରେ ଶୁକ୍ରବାର ଡବଲ ଝଟକା ଲାଗିଛି । ପ୍ରଥମତଃ ଝାଡ଼ଖଣ୍ଡ ହାଇକୋର୍ଟ ରୋଗରେ ପୀଡ଼ିତ ଲାଲୁ ପ୍ରସାଦ ଯାଦବଙ୍କ ଅନ୍ତରୀଣ ଜାମିନ ସମୟ ବଢ଼ାଇବା ନେଇ ଆବେଦନକୁ ଖାରଜ କରି ଦେଇଛନ୍ତି । ଲାଲୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ରାଞ୍ଚି ଜେଲକୁ ଆସିବେ । ଅନ୍ୟ ଏକ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇଆରସିଟିସି ହୋଟେଲ ଟେଣ୍ଡର ମାମଲାରେ ଲାଲୁ, ତାଙ୍କର ପୁଅ ତେଜସ୍ୱୀ ଯାଦବ ଓ ପତ୍ନୀ ରାବଡୀ ଦେବୀଙ୍କ ସମେତ ମୋଟ ୧୩ ଜଣ ଲୋକଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପ୍ରଥମ ଚାର୍ଜସିଟ ଦାଖଲ କରିଛି । ଏହି ମାମଲା ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ବେଳେ ୨୦୦୬ରେ ହୋଇଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆରଜେଡି ନେତା ଲାଲୁଙ୍କ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ଲାଲୁଙ୍କ ଘନିଷ୍ଠ ପ୍ରେମଚନ୍ଦ୍ର ଗୁପ୍ତା ଓ ତାଙ୍କର ପତ୍ନୀ ସାରଳା ଗୁପ୍ତାଙ୍କୁ ମଧ୍ୟ ଅଭିଯୁକ୍ତ ସଜାଇଛି । ଚାର୍ଜସିଟରେ ଲାରା ପ୍ରୋଜେକ୍ଟସ ନାମରେ ଫାର୍ମର ନାମ ମଧ୍ୟ ସାମିଲ ଅଛି । ଏହି ସମସ୍ତଙ୍କ ଉପରେ ମନି ଲାଣ୍ଡ୍ରିଙ୍ଗ ଅଭିଯୋଗ ହୋଇଛି ।

ଲାଲୁପ୍ରସାଦ ଏବଂ ଆଇଆରସିଟିସିର ଅଧିକାରୀମାନେ ନିଜର ପଦର ଦୁରୋପଯୋଗ କରିବାକୁ ଯାଇ ଆଇଆରସିଟିସିର ରାଞ୍ଚି ଓ ଓଡ଼ିଶାର ପୁରୀସ୍ଥିତ ସୂଜାତା ହୋଟେଲ ପ୍ରାଇଭେଟ ଲିମିଟେଡକୁ ଭଡ଼ା ସୂତ୍ରରେ ନେଇଥିବା ଅଭିଯୋଗ ରହିଛି । ଏହି କମ୍ପାନୀ ବିଜୟ କୋଚର ଓ ବିନୟ କୋଚରଙ୍କ ଅଟେ ।

ଅଭିଯୋଗ ହୋଇଛି ଯେ, ଟେଣ୍ଟର ବଦଳରେ କୋଚର ବନ୍ଧୁ ପାଟଣାସ୍ଥିତ ୩୫୮ ଡିସମିଲ ଜମିକୁ ଡିଲାଇଟ ମାର୍କେଟିଙ୍ଗ କମ୍ପାନୀକୁ ଶାଗ ମାଛଦରରେ ବିକ୍ରିି କରିଥିଲେ । ଏହି କମ୍ପାନୀ ପ୍ରେମଚନ୍ଦ୍ର ଓ ସାରଳା ଗୁପ୍ତାଙ୍କର ଥିଲା । ପରେ ଗୁପ୍ତା ପରିବାର ଏହି କମ୍ପାନୀକୁ ରାବଡି ଦେବି ଓ ତେଜସ୍ୱୀ ଯାଦବଙ୍କୁ ବିକ୍ରି କରିଦେଇଥିଲେ । ଏଜେନ୍ସି ଏହି ମାମଲାରେ ୪୪ କୋଟି ଟଙ୍କାର ସଂପତ୍ତି ଜବତ କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଅଗଷ୍ଟ ୩୧ରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରିଛି ।

By amfnews

Related Post