Sun. Mar 8th, 2026

ଲାଞ୍ଚ ମାମଲାରେ କିରାଣିଙ୍କୁ ୨ ବର୍ଷ ଜେଲ୍‌

158 Views

ଫୁଲବାଣୀ : ଏକ ଲାଞ୍ଚ ମାମଲାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ବରିଷ୍ଠ କିରାଣି ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ ଜଜ୍ ଏହି ରାୟ ଶୁଣାଇଛନ୍ତି।

ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଏରିୟର ବିଲ୍‌ କାଗଜପତ୍ର କୋଷାଗାର କାର୍ଯ୍ୟାଳୟକୁ (ଟ୍ରେଜେରି ଅଫିସ) ପଠାଇବାକୁ ଲାଞ୍ଚ ମାଗିବା ମାମଲାରେ ବୀରେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୬ ମସିହା ଫେବ୍ରୁଆରି ୧ ତାରିଖ ଦିନ ଲାଞ୍ଚ ଟଙ୍କା ଜବତ ସହ ରବୀନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଭିଜିଲାନସ ଜଜ୍ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ବୀରେନ୍ଦ୍ରଙ୍କୁ ୨ବର୍ଷ ଜେଲଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ପାଇଁ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଜରିମାନା ଅନାଦେୟ ଆହୁରି ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

By amfnews

Related Post