Thu. Jan 23rd, 2025

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଗିରଫ ହେଲେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ର ୩ ଜଣ ଅଧିକାରୀ

By amfnews Dec 30, 2020 #Featured
271 Views

ଭୁବନେଶ୍ୱର, ଡିସେମ୍ବର 30 : ଜିଏସ୍‌ଟି ଠକିବା ପାଇଁ ଚାଲିଥିଲା ଡିଲ୍  । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ର ୩ ଜଣ ଅଧିକାରୀ  ।  ରାଜଧାନୀ ଭୁବନେଶ୍ୱରରୁ ଏହି ୩ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ ।

ଜଟଣୀ ସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଜିଏସ୍‌ଟି ମାମଲାର ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ 3 ଅଧିକାରୀ  ।  ଏହି ଅଭିଯୋଗରେ ଭୁବନେଶ୍ୱରରୁ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ୍.ଏନ୍ ସାହୁଙ୍କୁ ସିବିଆଇ ଗିରଫ କରିଛି  ।  ଏହି ଠକେଇରେ ଜିଏସ୍‌ଟିର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ସହଯୋଗ କରୁଥିଲେ  । ସିବିଆଇର ୬ ଜଣିଆ ଟିମ୍ ଏମାନଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି ।

By amfnews

Related Post