Sun. Jan 26th, 2025

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ୍ ASI

By amfnews Nov 19, 2020 #Featured
141 Views

ଭୁବନେଶ୍ୱର : ବାଡ କ୍ଷେତକୁ ରକ୍ଷା କରିବା ବଦଳରେ ନଷ୍ଟ କରିବା ଭଳି ରାଜ୍ୟରେ ପୋଲିସ୍ ବାବୁ ମାନଙ୍କର ର୍ଦୁନୀତି ଓ ଅପରାଧ ବଢି ବଢି ଚାଲିଛି । ଅପରାଧିକୁ ଧରିବା ବଦଳରେ ଏବେ ନିଜେ ଅପରାଧି ସାଜୁଛନ୍ତି ରାଜ୍ୟ ପୋଲିସ୍ ବାବୁ ମାନେ ।

ଆଜି ସେମିତି ଏକ ପୋଲିସ୍ ବାବୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଧଉଳି ଥାନା ଏଏସଆଇ ଗୋଟିଏ ଘଟଣାର ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

ଘର ସାମ୍ନାରେ ବାଲି ଗଦାଇବାକୁ ନେଇ ଥାନାରେ ହୋଇଥିବା ଏକ ମାମଲାର ରଫା ଦଫା କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଧଉଳି ଥାନା ଏଏସଆଇ ତୋଫାନ୍ ଗୁରୁ ଲାଞ୍ଚ ନେଉଥିଲେ । 

କେବଳ ଏହି ଘଟଣା ନୁହେଁ ଯେଉଁଠି ପୋଲିସ୍ ର ଅସଲ ମୁଖା ପଦାରେ ପଡିଛି ରାଜ୍ୟରେ ଏମିତି ଅନେକ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି ଯେଉଁଠି ପୋଲିସ୍ ରକ୍ଷକ ହୋଇ ଭକ୍ଷକ ସାଜୁଛି । କେତେବେଳେ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେବା ତ ଆଉ କେତେ ବେଳେ ର୍ଦୁବ୍ୟବହାର ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ରାଜ୍ୟ ପୋଲିସ୍ ନାଁ ରେ ।

By amfnews

Related Post