Tue. Mar 10th, 2026

ରେଳ ସେବା ଘରୋଇ କରଣ ହେବାର ଯୋଜନା ନାହିଁ: ପୀୟୁଷ ଗୋଏଲ

177 Views

ନୂଆଦିଲ୍ଲୀ : ଭାରତୀୟ ରେଳ ସେବାକୁ ଘରୋଇ କରଣ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଜି ଲୋକସଭାରେ ଲିଖିତ ଭାବରେ ଏଭଳି ଉତ୍ତର ରଖିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ। ଏମିତିକି କୌଣସି ଯାତ୍ରୀବାହି ଟ୍ରେନ୍ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ ବୋଲି ଚିହ୍ନଟ ହୋଇନାହିଁ।

ସୂଚନାଯୋଗ୍ୟ, ବଜେଟ ଆଗତ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ, ଆଗାମୀ ଦିନରେ ରେଳ ବିଭାଗରେ ଘରୋଇ ସଂସ୍ଥା ଯୋଡ଼ି ହେବ। ପବ୍ଲିକ-ପ୍ରାଇଭେଟ-ପାର୍ଟନରସିପରେ ରେଳ ସେବାକୁ ଆହୁରି ବିକାଶ କରାଯିବ। ଏହାପରେ ଗତକାଲି ଏକ ଖବର ପ୍ରକାଶ ପାଇଥିଲା ଯେ ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ପପ୍ରେସ୍ ଘରୋଇ ସଂସ୍ଥା ଦ୍ୱାରା ପ୍ରଥମେ ପରିଚାଳିତ ହେବ।

ଏହାପରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ନେତା ବିରୋଧ କରିଥିଲେ। ଏହାପରେ ଆଜି ସଂସଦରେ ରେଳ ସେବାକୁ ଘରୋଇକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳ ମନ୍ତ୍ରୀ।

By amfnews

Related Post