Tue. Jun 10th, 2025

ରେଳବାଇ କର୍ମଚାରୀର ଛଦ୍ମ ପରିଚୟରେ ଗଞ୍ଜେଇ ଚୋରା କାରବାର, ଓଡ଼ିିଶା ଯୁବକ ବେଙ୍ଗାଲୁରରେ ଗିରଫ

By amfnews Jan 11, 2019 #Featured
158 Views

ବେଙ୍ଗାଲୁର, ଜାନୁଆରୀ ୧୧ :ନିଜକୁ ରେଳବାଇ ଅଫିସର ବୋଲି ପରିଚୟ ଦେଇ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଜଣେ ଯୁବକ ବେଙ୍ଗାଲୁରରେ ଗଞ୍ଜେଇ ଚୋରା କାରବାର ଘଟଣାରେ ପୁଲିସ ହାତରେ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ଏକ ଟ୍ରଲି ବ୍ୟାଗ୍‌ରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି। ପୁଲିସ ଓଡ଼ିିଶା ଯୁବକଙ୍କ ସହିତ ବେଙ୍ଗାଲୁରର ସ୍ଥାନୀୟ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିଛି।

ରେଳବାଇ ଏସପି ଭୀମାଶଙ୍କର ଏସ ଗୁଲ୍‌ଡଙ୍କ ଠାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ନୀଳକଣ୍ଠ ପଲେଇ (୪୨ ବର୍ଷ) ନାମକ ଜଣେ ଯୁବକ ଓଡ଼ିଶାରୁ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ଏକ ଟ୍ରଲି ବ୍ୟାଗ୍‌ରେ ୮ କେଜି ଗଞ୍ଜେଇ ନେଇ ବେଙ୍ଗାଲୁରର କେଏସଆର ଷ୍ଟେସନରେ ଓହ୍ଲାଇଥିଲେ। ତେବେ ହି ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ରେଳବାଇ ପୁଲିସକୁ ପୂର୍ବରୁ ସୂଚନା ଥିବାରୁ ତାଙ୍କ ବ୍ୟାଗ୍‌କୁ ଯାଞ୍ଚ କରାଯାଇଥିିଳା। ଯାଞ୍ଚ ବେଳେ ଏଥିରୁ ବେଷ୍ଟ କ୍ୱାଲିଟିର ୮ କେଜି ଗଞ୍ଜେଇ ମିଳିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ନୀଳକଣ୍ଠଙ୍କୁ ଗିରଫ କରାଯିବା ପରେ ସେ ଯାହାକୁ ନେଇ ଏହି ଗଞ୍ଜଇ ହସ୍ତାନ୍ତର କରିଥାନ୍ତେ, ତାଙ୍କ ସମ୍ପର୍କରେ ତଦନ୍ତ କରାଯାଇ ନୀଳସନ୍ଦ୍ରା ଅଞ୍ଚଳର ମହମ୍ମଦ ସବୀର(୩୬ ବର୍ଷ) ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି।

ନୀଳକଣ୍ଠ ପୁଲିସକୁ ଦେଇଥିିବା ସୂଚନା ଅନୁଯାୟୀ, ସେ ତାଙ୍କ ଗାଁରେ ଏହି ଗଞ୍ଜେଇ ଉତ୍ପାଦନ କରି ୪ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ସବୀରଙ୍କ ସହିତ କଥାବାର୍ତ୍ତା କରିଥିଲେ। ତେବେ ନୀଳକଣ୍ଠ ଏହି ଗଞ୍ଜେଇକୁ ଟାଇଟ୍‌ ପ୍ୟାକିଂ କରିବା ସହିତ ସେଥିରେ ପରଫ୍ୟୁମ ସିଞ୍ଚି ବେଙ୍ଗାଲୁର ନେଇ ଯାଇଥିଲେ। ଷ୍ଟେସନରେ ନିଜକୁ ଜଣେ ରେଳବାଇ ଅଧିକାରୀ ବୋଲିି ପରିଚୟ ଦେଇ ଷ୍ଟେସନରେ ଯାଉଥିିବା ବେଳେ ପୂର୍ବ ସୂଚନା ମୁତାବକ ପୁଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ନୀଳକଣ୍ଠଙ୍କୁ ଧରିବା ପରେ ତାଙ୍କ ଦ୍ୱାରା ଫୋନ କରାଇ ପୁଲିସ ମହମ୍ମଦ ସବୀରଙ୍କୁ ମଧ୍ୟ ଗିରଫ କରିଛି।

By amfnews

Related Post