Tue. Dec 24th, 2024

ରିଲାଏନ୍‌ସ୍ ଜିଓ ପ୍ଲାଟ୍‌ଫର୍ମରେ ୫, ୬୫୫. ୭୫ କୋଟି ଟଙ୍କା ବିନିଯୋଗ କରିବ ସିଲ୍‌ଭର୍ ଲେକ୍

By amfnews May 4, 2020 #Featured
208 Views

ନୂଆଦିଲ୍ଲୀ: ଆମେରିକୀୟ ଘରୋଇ ଇକ୍ବିଟି ଫାର୍ମ ‘ସିଲ୍‌ଭର୍ ଲେକ୍’ ରିଲାଏନ୍‌ସ୍ ଜିଓ ପ୍ଲାଟ୍‌ଫର୍ମରେ ୭୫୦ ନିୟୁତ ଡଲାର୍‌ ବା ୫, ୬୫୫. ୭୫ କୋଟି ଟଙ୍କା ବିନିଯୋଗ କରିବ ବୋଲି ସୋମବାର ଦିନ ରିଲାଏନ୍‌ସ୍ କହିଛି।

୫. ୭ ବିଲିୟନ୍ ଡଲାର ବିନିମୟରେ ‘ଜିଓ’ରୁ ପ୍ରାୟ ୧୦% ଅଂଶଧନ ନେବାକୁ ଫେସ୍‌ବୁକ୍ ଘୋଷଣା କରିବାର ଦୁଇ ସପ୍ତାହରୁ କମ୍ ମଧ୍ୟରେ ଏହି ରାଜିନାମା କରାଯାଇଛି।

ସୋମବାର ଦିନ କମ୍ପାନିର ନିୟମାବଳୀ ଘୋଷଣା କରିବା ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛି ଯେ ଏହି ନିବେଶ ଯୋଗୁଁ ଜିଓ ପ୍ଲାଟ୍‌ଫର୍ମର ଇକ୍ବିଟିର ମୂଲ୍ୟ ୪. ୫ ଲକ୍ଷ କୋଟି ଟଙ୍କା ହୋଇଯାଇଛି।

ଏଥିଯୋଗୁଁ କମ୍ପାନିର ମୂଲ୍ୟ ହେବ ୫. ୧୫ କୋଟି ଟଙ୍କା। ଏହା ଏପ୍ରିଲ୍ ୨୨, ୨୦୨୦ରେ ଫେସ୍‌ବୁକ୍ ବିନିଯୋଗ ଘୋଷିତ ଇକ୍ବିଟି ମୂଲ୍ୟାୟନର ୧୨. ୫%ର ପ୍ରତିନିଧିତ୍ବ କରୁଛି।

ବିଶ୍ବସ୍ତରୀ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକରେ ମୂଲ୍ୟବାନ ଅଂଶୀଦାର ହେବାରେ ‘ସିଲ୍‌ଭର୍ ଲେକ୍’ର ଅସାଧରଣ ରେକର୍ଡ ରହିଛି। ରିଲାଏନ୍‌ସ୍ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ପୁଞ୍ଜି ଯୋଗାଣରେ ‘ସିଲ୍‌ଭର୍ ଲେକ୍’ ହେଉଛି ଅନ୍ୟତମ ସମ୍ମାନିତ ନାମ।

By amfnews

Related Post