Sun. Mar 8th, 2026

ରାୟଗଡ଼ାରେ ସେକ୍ସ ରାକେଟ୍‌; ରାଣୀ ମହୁମାଛି ଓ ଅନ୍ୟ ୬ ଗିରଫ

293 Views

ରାୟଗଡ଼ା: ସ୍ଥାନୀୟ ସାଇପ୍ରିୟା ନଗରସ୍ଥିତ ଗୋଟାଏ ଭଡ଼ା ଘରେ ଚଢ଼ଉ କରି ସେଠାରେ ଚାଲିଥିବା ସେକ୍‌ସ୍‌ ରାକେଟ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ବିଶେଷ ସୂତ୍ରରୁ ଖବର ପାଇ ବୁଧବାର-ଗୁରୁବାର ରାତିରେ ରାୟଗଡ଼ା ପୁଲିସ ସାଇ ଛକ ଠାରେ ଥିବା ସାଇ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ ନିକଟରେ ଥିବା ଗୋଟାଏ ଭଡ଼ାଘରେ ଚଢ଼ାଉ କରି ୬ଜଣ ବ୍ୟକ୍ତି ଓ ଜଣେ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଅଭିଯୁକ୍ତ ବ୍ୟକ୍ତିମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଝିଅମାନଙ୍କୁ ଆଣି ଦେହ ବ୍ୟବସାୟ ଲିପ୍ତ କରାଇ ଏହି ର‍୍ୟାକେଟ୍‌ ଚଳାଉଥିବା କଥା ତଦନ୍ତରୁ ଜଣାପଡ଼ିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସିଏଚ୍‌ ଚନ୍ଦନ କୁମାର ଚୌଧୁରୀ, ଅମିତ କୁମାର ଲାୟା, ବୀରେନ କୁମାର ଲାୟା, ଶିବରାମ ଡାକୁଆ, ଦୁଃଖୀଶ୍ୟାମ କାରା, ଜଗନ୍ନାଥ ନାୟକ।

ସେ ଘରୁ ପୁଲିସ ୭ଟି ମୋବାଇଲ୍‌ ଫୋନ୍‌, ନଗଦ ୩୭, ୪୪୦ ଟଙ୍କା, ଗୋଟିଏ ଇଣ୍ଡିଗୋ ସିଏସ୍‌ କାର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ସମ୍ପୃକ୍ତ ରାଣୀମହୁମାଛିଙ୍କ ଘର ଫୁଲବାଣୀରେ ବୋଲି ଜଣାପଡ଼ିଛି।

By amfnews

Related Post