Sat. Jun 14th, 2025

ରାଲିର କର୍ମକର୍ତ୍ତାଙ୍କ ପାଇଁ ବିଜେପି କଲା ୫ ହଜାର କିଲୋର ଖିଚିଡ଼ି ରୋଷେଇ, ହୋଇପାରେ ବିଶ୍ୱ ରେକର୍ଡ

By amfnews Jan 7, 2019 #Featured
235 Views

ନୂଆଦିଲ୍ଲୀ, ଜାନୁୟାରୀ ୦୭  : ବିଜେପି ନିର୍ବାଚନ ରାଲି କରିବା ସମୟରେ ରବିବାର କର୍ମୀମାନଙ୍କ ପାଇଁ ଲୋଭନୀୟ ଖିଚିଡ଼ି ତିଆରି କରିଥିବା ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଭାଜପାର ି ଭୀମ ମହାସଂଗମ ବିଜୟ ସଂକଳ୍ପ କାର୍ଯ୍ୟକ୍ରମରେ ୫ ହଜାର କିଲୋର ଖିଚିଡି ବନାଯାଇଥିବା ସୂଚନା ରହିଛି, ଯାହାକି ବିଶ୍ୱ ରୋକର୍ଡ ବି କରିପାରେ।

ଦିଲ୍ଲୀର ରାମଲୀଲା ପଡ଼ିଆରେ ଭୀମ ମହାସଂଗମରେ ଭାଜପା ଅଧ୍ୟକ୍ଷ ମନୋଜି ତିଓ୍ଵାରି କହିଛନ୍ତି କି ଏହି ଖିଚିଡ଼ି ଖାଇବା ପାଇଁ ସବୁ ଦଳର ନେତାଙ୍କୁ ଡକା ଯାଇଥିଲା। ସେ କଂଗ୍ରେସ ଓ ଆପ୍‌କୁ ତାତ୍ସଲ୍ୟ କରି ଆହୁରି ବି କହିଛନ୍ତି କି ରାମଲୀଲା ପଡ଼ିଆରେ ସ୍ୱାଦିଷ୍ଟ ଖିଚିଡ଼ି କରାଯାଇଥିଲା। ତାହାର ବାମ୍ଫ ଅରବିନ୍ଦ କେଜ୍ରିଓ୍ଵାଲ ଓ ରାହୁଲ ଗାନ୍ଧୀଙ୍କୁ ଅସୁବିଧାରେ ପକାଇଛି।

ରାଷ୍ଟ୍ରୀୟ ସଂଗଠକ ମହାମନ୍ତ୍ରୀ ରାମଲାଲ କହିଛନ୍ତି କି ମୋଦି ସରକାର ଆମ୍ବେଦକରଙ୍କ ନୀତିରେ ଚାଲି କରି ସମସ୍ତଙ୍କ ସାଥ୍‌ ଓ ସମସ୍ତଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟକର୍ତ୍ତାମାନେ ଘରେ ଘରେ ଯାଇ ମୋଦିଙ୍କ ନୀତି ପହଞ୍ଚାଇବେ। ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ନିବେଦନ କରିବେ।

By amfnews

Related Post