Mon. Dec 23rd, 2024

ରାମ ମନ୍ଦିର ମାମଲାରେ ଅଯୋଧ୍ୟାରେ ତୋଗଡିଆ ସମର୍ଥକ ଓ ପୋଲିସ ମଧ୍ୟରେ ହାତାହାତି

By amfnews Oct 23, 2018 #Deatured
352 Views

Khabar Odisha:clash-between-togadia-supporters-and-police-in-ayodhya
ନୂଆଦିଲ୍ଲୀ, ଅକ୍ଟୋବର ୨୩: ରାମ ମନ୍ଦିର ମାମଲା ଉପରେ ଲାଗାତାର କେନ୍ଦ୍ରର ଭାଜପା ସରକାର ଉପରେ ଅଙ୍ଗୁଳି ଉଠାଉଛି ଅର୍ନ୍ତଜାତୀୟ ହିନ୍ଦୁ ପରିଷଦର ସଂସ୍ଥାପକ ପ୍ରବୀଣ ତୋଗଡିଆ । ପ୍ରବୀଣଙ୍କ ସମର୍ଥକ ଓ ପୋଲିସ  ମଧ୍ୟରେ ଅେଯୋଧ୍ୟାର ରାମକୋଟର ପରିକ୍ରମା ସମୟରେ ହାତାହତି ହୋଇଛନ୍ତି । ଏହି ସମୟରେ ସମର୍ଥକଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସକୁ ହାଲକା ଲାଠିଚାର୍ଜ କରିବାକୁ ପଡିଥିଲ ।

ସୂଚନାଯୋଗ୍ୟ କି, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କର୍ମକର୍ତା ପରିକ୍ରମା ମାର୍ଗ ବଳଦଳାଇବାକୁ ନେଇ ଉତ୍ୟକ୍ତ ହୋଇଥିଲେ ଓ ପୋଲିସ ସହିତ ଝଗଡା ହୋଇଥିଲା । ଏଥିରେ କିଛି ସମୟ ପାଇଁ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ କର୍ମକର୍ତା ଜୟ ଶ୍ରୀରାମ ଓ ମୋଦି ବିରୋଧୀ ନାରା ଲଗାଇଥିଲେ ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁଳ ସଂଖ୍ୟାରେ ପୋଲିସ ନିୟୋଜିତ କରାଯାଇଥିଲା । ଏହି ମଧ୍ୟରେ ପ୍ରବୀଣ ତୋଗଡିଆଙ୍କୁ ପ୍ରଶାସନର  ବୁଝାଇବା ପରେ ଝଗଡାକୁ ଆୟତ କରାଯାଇ କର୍ମକର୍ତାଙ୍କୁ ବୁଝାସୁଝା କରି ଶାନ୍ତ କରାଯାଇଥିଲା । ତୋଗଡିଆ ନିଜ ସମର୍ଥକଙ୍କ ସହିତ ସରୟୁ ତଟ ଯାତ୍ରା କରିଥିଲେ  । ସେଠାରେ ସେ ସଙ୍କଳ୍ପ ସଭା କରିବେ ।

By amfnews

Related Post