Wed. Dec 25th, 2024

ରାଜ୍ୟ କଂଗ୍ରେସରେ କେଁ….ଟିକେଟ୍ ଘୋଷଣା ଅଟକିଲା !ଟାଣପଣ ରଖିପାରିଲେନି ନିରଞ୍ଜନ

By amfnews Sep 29, 2018 #Featured
167 Views

ଭୁବନେଶ୍ୱର, ୨୬ ସେପ୍ଟେମ୍ବର : ଅଗଷ୍ଟ ସୁଦ୍ଧା ଘୋଷଣା ହେବ କଂଗ୍ରେସର ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ । ଏପରି ଦୃଢୋକ୍ତି ପ୍ରକାଶ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ଅଗଷ୍ଟ ସରି ସେପ୍ଟେମ୍ବର ସରିବାକୁ ବସିଲାଣୀ । ହେଲେ ଏଯାଏଁ ଘୋଷଣା ହୋଇପାରିଲାନି ପ୍ରାର୍ଥୀଙ୍କ ନାମ । ଏପରିକି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଯେଉଁ ଟାଣପଣ ରଖି କଥା କହିଥିଲେ ତାଙ୍କର ଦମ୍ଭ ରହିଲା ନାହିଁ ବୋଲି ଏବେ କଂଗ୍ରେସ କର୍ମୀମାନଙ୍କ ମହଲରେ ଆଲୋଚନା ହେଉଛି ।

ପିସିସି ସଭାପତି ହେବାପରେ କଂଗ୍ରେସର ଦଳ ସଜଡା ଆରମ୍ଭ କରିଥିଲେ ଶ୍ରୀ ପଟ୍ଟନାୟକ । ଏପରିକି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ସେ ମିଶିକରି ଅଗଷ୍ଟ ଶେଷସୁଦ୍ଧା ତାଙ୍କର ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଘୋଷଣା କରିଥିଲେ । ହେଲେ ବାରମ୍ବାର ଦଳରେ ବୈଠକ ବସୁଛି ଆଲୋଚନା ହେଉଛି ହେଲେ ଚୁଡାନ୍ତ ନିଷ୍ପତି ନିଆଯାଇ ପାରୁନି । ଯେଉଁ ପ୍ରାର୍ଥୀଙ୍କ ନାଁ ନିରଞ୍ଜନ ସୁପାରିଶ କରୁଛନ୍ତି ତାହାକୁ ଜେନାବ୍ରଦର୍ସ ବିରୋଧ କରୁଥିବା ଏବେ ଦଳରେ ଚର୍ଚ୍ଚା ହେଉଛି । କଂଗ୍ରେସର ଏହି କେଁ ପାଇଁ କଂଗ୍ରେସର ଟିକେଟ ଘୋଷଣା ବିଳମ୍ବ ହେବ । କାରଣ ଟିକେଟ ନପାଇଲେ ଅଧିକାଂଶ ନେତା ଦଳ ଛାଡିବା ପାଇଁ ପରୋକ୍ଷରେ ଚେତାବନୀ ଦେଇଥିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି । ତେଣୁ ଏପରି ସ୍ଥିତିରେ କଂଗ୍ରେସର କିଏ ପ୍ରାର୍ଥୀ ହେବ ତାହା କେବେ ଘୋଷଣା ହେବ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନାଅନୁସାରେ କେବଳ ବର୍ତମାନ ଆସୀନ ବିଧାୟକଙ୍କ ଟିକେଟ ନେଇ ଘୋଷଣା ହେବ । ତେବେ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ନେତାମାନେ ଅଧିକାଂଶ ଜେନାଙ୍କ ଶିବିରର ହୋଇଥିବା ହେତୁ ସେମାନଙ୍କୁ ପ୍ରାର୍ଥୀ ନକରାଇବା ପାଇଁ ପିସିସି ମୁଖିଆଙ୍କ ସହ ଆଉ ଏକ ଗୋଷ୍ଠି ଜିଦ୍ ଧରିଥିବା ନେଇ କଂଗ୍ରେସ ମହଲରେ ଆଲୋଚନା ହେଉଛି । ଯେଉଁ କାରଣ ପାଇଁ କଂଗ୍ରେସ ଟିକେଟ ଘୋଷଣା ହୋଇପାରୁନି । ତେବେ ଅଧିକାଂଶ ନେତା ଏବେ ଟିକେଟ ଆଶାୟୀ ପାଇଁ ରହିଥିବା ବେଲେ ପ୍ରାର୍ଥୀତାଲିକା ଘୋଷଣା ପରେ ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ କଥା ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି ।

By amfnews

Related Post