Tue. Jun 10th, 2025

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

By amfnews May 5, 2020 #Featured
193 Views

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜିଲ୍ଲାର କେଉଁ ସ୍ଥାନରୁ ଏହି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ  ଗଞ୍ଜାମ ଜିଲ୍ଲାରୁ ପ୍ରଥମ ଥର ଲାଗି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେଦୁହେଁ ସୁରତ ଫେରନ୍ତା ବୋଲିଜଣାଯାଇଥିଲା।  ଏଥିସହିତ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଥିଲା ଗଞ୍ଜାମ।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟରେ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଭଦ୍ରକର ୨ଜଣ ଓ ସୁନ୍ଦରଗଡ଼ର ଜଣେ ରହିଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ଛୁଇଁଥିବା ବେଳେ କେବଳ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିଲା। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଭାବେ ଯାଜପୁର ଜିଲ୍ଲା ପରିଗଣିତ ହୋଇଛି। ଜିଲ୍ଲାୱାରୀ ତାଲିକାରେ ଯାଜପୁର ପଛକୁ ରହିଥିବା ୫ଟି ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଯାଜପୁରରେ ଥିବା ସକ୍ରିୟ କରୋନା ସଂକ୍ରମିତଙ୍କ ସହ ସମାନ ରହିଛି।

By amfnews

Related Post