Sat. Mar 7th, 2026

ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କ ପରଲୋକ

293 Views

ଭୁବନେଶ୍ୱର: ଗତ ରାତିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।

ସୁଶୀଳା ଦେବୀଙ୍କର ଜନ୍ମ ୧୯୪୬ ମସିହା ଡିସେମ୍ବର ୬ ତାରିଖରେ ହରିଆଣାର ହିସାରଠାରେ ହୋଇଥିଲା। ସେ ୧୯୬୪ ମସିହା ଜୁଲାଇ ୧ ତାରିଖରେ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କୁ ବିବାହ କରିଥିଲେ। ତାଙ୍କର ଚାରି ଝିଅ ଓ ତିନିଜଣ ପୁଅ ଅଛନ୍ତି।

ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଜଣେ ଅମାୟିକ ଏବଂ ଧର୍ମପ୍ରାଣ ମହିଳା ଭାବେ ଅଭିହିତ କରିବା ସହ ପ୍ରଫେସର୍‌ ଗଣେଶୀ ଲାଲ୍‌ ଏବଂ ତାଙ୍କ ପରିବାରର ଅନ୍ୟ ଶୋକଭିଭୂତ ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରି ନିଜର ଟୁଇଟରରେ ଲେଖିଛନ୍ତ, ‘ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜୀଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।’

By amfnews

Related Post