Fri. Mar 6th, 2026

ରାଜଧାନୀ ଓ ପୁରୀରେ କୁହୁଡ଼ିର ଆସ୍ତରଣ

236 Views

ଭୁବନେଶ୍ୱର  : ଆଜି ରାଜଧାନୀ ଭୁବନେଶ୍ୱର ସକାଳୁ ସକାଳୁ କୁହୁଡ଼ି ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା।  ସେହିପରି ପୁରୀରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।  କୁହୁଡ଼ି ଯୋଗୁ ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ସ୍ପଷ୍ଟଭାବେ ଦେଖାଯାଉନାହିଁ।

ତେବେ ନଭେମ୍ବର ସରି ଡିସେମ୍ବର ଆରମ୍ଭ ହେବାକୁ ଯାଉଥିଲେ ବି ଏବେ ଯାଏ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ଅନ୍ୟପକ୍ଷରେ ଏଥର ଡିସେମ୍ବରରୁ      ଫେବୃଆରୀ ମାସ ମଧ୍ୟରେ ବଡ଼ ଶୀତ ହୋଇନପାରେ।  ଉତ୍ତର ଭାରତକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ଶୀତ ବେଶି ଅନୁଭୂତ ହେବନାହିଁ।  ଏଥର ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ପୂର୍ବ ବର୍ଷ ତୁଳନାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ତେଣୁ ହାଡ଼ଭଙ୍ଗା ଜାଡ଼ର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

By amfnews

Related Post