Sun. Jun 8th, 2025

ରାଜଧାନୀ ଏକ୍ସପ୍ରେସ୍‌ରେ କ୍ୟାଟରିଂ ସେବା ଏବେ ଇଚ୍ଛାଧୀନ

By amfnews Aug 31, 2019 #Featured
274 Views

ଭୁବନେଶ୍ବର : ରାଜଧାନୀ ଏକ୍ସପ୍ରେସରେ ଯାତ୍ରା ସମୟରେ କ୍ୟାଟରିଂ ସେବା ଆଉ ବାଧ୍ୟତାମୂଳକ ହେବ ନାହିଁ। ସେପ୍ଟେମ୍ବର ପହିଲାରୁ ଏହି ଟ୍ରେନ୍‌ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟ୍‌ରେ ଏଣିକି କ୍ୟାଟରିଂ ସେବାକୁ ଯାତ୍ରୀମାନେ ଇଚ୍ଛାଧୀନ ଭାବେ ବାଛି ପାରିବେ। ପୁରୀ-ହାୱଡ଼ା ଶତାବ୍ଦୀ ଓ ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସଗୁଡ଼ିକରେ ପୂର୍ବରୁ କ୍ୟାଟରିଂ ସେବାକୁ ଇଚ୍ଛାଧୀନ ଭାବେ ପ୍ରଚଳନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ ଯଥା-ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନଗୁଡ଼ିକରେ କ୍ୟାଟରିଂ ସେବାକୁ ଯାତ୍ରୀମାନଙ୍କ ପାଇଁ ଇଚ୍ଛଧୀନ ଭାବେ ବାଛିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ୍‌ କରିବା ସମୟରେ କ୍ୟାଟରିଂ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ। ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚିକୁ ଆଉ ବଦଳା ଯାଇପାରିବ ନାହିଁ। ଯେଉଁମାନେ ଏହି ସେବା ନେବାକୁ ଚାହିଁବେ ନାହିଁ, ଟ୍ରେନ୍‌ ଟିକେଟ ଦେୟରେ କ୍ୟାଟରିଂ ଦେୟକୁ ମିଶାଯିବ ନାହିଁ।

By amfnews

Related Post