Fri. Jan 17th, 2025

ରାଉରକେଲାରେ ଜିଲା ଶିଶୁ ମଙ୍ଗଳ କମିଟି ଖୋଲିବା ପାଇଁ ଦାବି

By amfnews Sep 21, 2018 #Featured
143 Views

ରାଉରକେଲା, ୨୧ା୯  : ସୁନ୍ଦରଗଡ ଜିଲା ଏକ ଆଦିବାସୀ ବହୁଳ ଜିଲା ଭାବେ ପରିଚିତ । ଏଠାରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ବିଶେଷ କରି ବଣେଇଁ, ରଘୁନାଥପାଲୀ, ବୀରମିତ୍ରପୁର, ରାଉରକେଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଏସବୁ ଅଞ୍ଚଳରୁ ସୁନ୍ଦରଗଡ ଜିଲା ଶିଶୁ ମଙ୍ଗଳ କମିଟି ମୁଖ୍ୟ କାର୍ଯ୍ୟାଳୟର ଦୂରତା ପାଖାପାଖି ୮୦ରୁ ୧୫୦ କିଲୋ ମିଟର ହୋଇଥିବାରୁ ବହୁ ଅସୁବିଧା ସୃଷ୍ଟି ହେଉଛି । ବିଶେଷ କରି ଦୂରଦୂରାନ୍ତରୁ ଶିଶୁମାନଙ୍କ କୌଣସି ଗୁରୁତର ସମସ୍ୟା ଆସିଲେ ସମ୍ପୃକ୍ତ ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ୧୫୦ କିଲୋମିଟର ଦୂର ସୁନ୍ଦରଗଡ ଯବାକୁ ପଡୁଛି ।

ଯାହା ଜିଲାର ଗରିବ ଆଦିବାସୀ ପିଲା ଓ ତାଙ୍କ ପରିବାର ପ୍ରତି ଆର୍ôଥକ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଥାଏ । ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁଙ୍କ ପାଇଁ ଜିଲାରେ ଯେଉଁସବୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି ସେଥିପ୍ରତି ଏହି ସମସ୍ୟା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଉରକେଲାର ଶିଶୁମାନଙ୍କ ସୁବିଧା ଓ ଗମନାଗମନ ପାଇଁ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡ ସୁବିଧା ଥାଇ ମଧ୍ୟ ଜିଲା ଶିଶୁ ମଙ୍ଗଳ କମିଟିର ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଏଠାରେ ନାହିଁ ।

ପୂର୍ବରୁ ରାଉରକେଲାରେ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ହଠାତ୍ ଏହାକୁ କାହିଁକି ବନ୍ଦ କରାଗଲା ତାହା ବୁଝାପଡୁ ନାହିଁ । ଶିଶୁମାନଙ୍କ ଯତ୍ନ ନେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆଶ୍ରମଗୁଡିକ ପ୍ରାୟ ରାଉରକେଲାରେ ଅବସ୍ଥାପିତ । ଏଥିସହ ପ୍ରତିଦିନ ଶିଶୁ ନିର୍ଯ୍ୟାତନା ମାମଲା ମଧ୍ୟ ଏଠାରେ ଅନେକ । ଏସବୁ ମାମଲାର ସ୍ଥାୟୀ ସମାଧାନ ପାଇଁ ଜିଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଏଠାରେ କାର୍ଯ୍ୟକାରୀ କରାଗଲେ ବହୁ ସମସ୍ୟାର ସମାଧାନ ହୋଇପାରନ୍ତା ।

ତେଣୁ ସୁନ୍ଦରଗଡ ଜିଲାର ଆଦିବାସୀ ଶିଶୁମାନଙ୍କ ଉନ୍ନତି ପାଇଁ ସୁନ୍ଦରଗଡ ଜିଲା ଶିଶୁ ମଙ୍ଗଳ କମିଟିର ଏକ ସ୍ଥାୟୀ କାର୍ଯ୍ୟାଳୟ ରାଉରକେଲା ଠାରେ ଖୋଳାଯିବା ନିହାତି ଜରୁରୀ ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶୀଲ କିଣ୍ଡୋ ଦାବି କରିଛନ୍ତି ।

By amfnews

Related Post