Fri. Dec 27th, 2024

ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରସଙ୍ଗ: ବିଜେପିର ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକା ଅଭିଯାନ ବନାମ ବିଜେଡିର ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିକ୍ଷୋଭ

By amfnews Nov 5, 2018 #Featured
159 Views

ଭୁବନେଶ୍ୱର, ନଭେମ୍ବର ୫ : ରାଜ୍ୟରେ ବୃଦ୍ଧି ପାଉଛି ଶିକ୍ଷିତ ବେକାର  ଯୁବକଯୁବତୀଙ୍କ ସଂଖ୍ୟା । ଆଜି ଏହି ପ୍ରସଙ୍ଗରେ ଉଭୟେ ବିଜେଡି ଓ ବିଜେପି ଆନ୍ଦୋଳନ କରିଛନ୍ତି ।

ବେକାର ଯୁବକଯୁବତୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରୁଥିବା ଅଭିଯୋଗରେ  ଆଜି ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକାଇବ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା । କେନ୍ଦ୍ର ସରକାର ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାବେଳେ ରାଜ୍ୟ ନିଯୁକ୍ତି ଦେବାରେ ଫେଲ ମାରିଥିବା ଅଭିଯୋଗ ଆଣିଛି ଦଳ । ଆଜି ଏମ୍ଲୟମେଂଟ ଏକ୍ସଚେଂଜ ଗୁଡିକରେ ତାଲା ପକାଇବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ମିଳିବା ଯାଏଁ ଏହି ଆନ୍ଦୋଳନ ଜାରି ରଖାଯିବା ନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ୨୦୦୮ରେ ଶିଳ୍ପଗୁଡିକରେ  ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଧ କୁଶଳୀ ଓ ୩୦ ପ୍ରତିଶତ କୁଶଳୀ ପଦବୀରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇବେ ବୋଲି ସରକାରୀ ସ୍ତରରେ ନିଷ୍ପତି ହୋଇଥିଲା ।  ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ । ଘରୋଇ କମ୍ପାନୀ ଗୁଡିକରୁ ଚାନ୍ଦା ନେଇ ଦଳୀୟ ପାଣ୍ଠି ବୃଦ୍ଧି କରିବାରେ ବିଜେଡି  ଲାଗିଛି । ରାଜ୍ୟ ସରକାର ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନାହାନ୍ତି । ୧୯ ବର୍ଷର ଶାସନ କାଳରେ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ନବୀନ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।

ଅନ୍ୟପଟେ ବିଜେପିକୁ କାଉଂଟର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଜୁ ଜନତା ଦଳ । ବେକାର ଯୁବକ ଯୁବତୀଙ୍କୁ କେନ୍ଦ୍ର ଅବହେଳା କରୁଥିବା ପ୍ରତିବାଦରେ ବିଜେଡି ଆଜି ରାଜ୍ୟର ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜିଠାରୁ ତିନିଦିନ ଧରି ଦଳର କର୍ମକର୍ତା ତଥା ଯୁବ ସଂଗଠନ ରଷ୍ଟ୍ରାୟତ ଉଦ୍ୟୋଗର କାରଖାନା ଓ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।

ବିଜେଡି କହିଛି ଯେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ବର୍ଷକୁ ୨ କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନେଇ ମୋଦି ପ୍ରତିଶ୍ରୁତି ଦେଇତିଲେ ।  ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ନାହିଁ । ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକରେ  ଅଣଓଡିଆଙ୍କୁ ନିଯୁକ୍ତି ଦିଆଯାଉଛି । ଓଡିଆ ଯୁବକଙ୍କୁ ଅବହେଳା କରାଯାଉଥିବା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ତିନିଦିନ ଧରି ବେକାର ଯୁବରଯୁବତୀଙ୍କୁ ନିଯୁକ୍ତି ଦାବିରେ ବିଜେଡି  ବିକ୍ଷୋଭ ପ୍ରଦର୍ଶନ କରିବାକୁ ସ୍ଥିର କରିଛି ।

By amfnews

Related Post