Wed. Jan 15th, 2025

ଯୁବକଙ୍କ ସମସ୍ୟାର ସମାଧାନ କରିବାରେ ଗୁଗଲ୍‌ ବିଫଳ ହେବାରୁ ପୂରା ଦିଲ୍ଲୀରେ ‘ଗୁଗଲ ଧୋକେବାଜ୍‌ ହୈ’ ଲେଖାଥିବା ପୋଷ୍ଟର ଲଗାଇଲେ ଯୁବକ

By amfnews Jan 5, 2019 #Featured
151 Views

ନୂଆଦିଲ୍ଲୀ: ବେଳେ ବେଳେ ବଡ଼ ବଡ଼ କମ୍ପାନିମାନେ ନିଜ ନିଜର ଗ୍ରାହକମାନଙ୍କର ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥାନ୍ତି । କିନ୍ତୁ କମ୍ପାନିର ଏପ୍ରକାରର ବିଫଳତାରେ ଜଣେ ଗ୍ରାହକ ହିସାବରେ ଏଭଳି କିଛି କରିବା ସମ୍ପୂର୍ଣ୍ଣ ନୂଆ। ହରିୟାଣାରେ ରହୁଥିବା ମନୁ ଅଗ୍ରଓ୍ଵାଲଙ୍କ ସମସ୍ୟାର ସମାଧାନ ଗୁଗଲ କରି ନ ପାରିବାରୁ ସେ ପୂରା ଦିଲ୍ଲୀରେ ପୋଷ୍ଟର ଲଗାଇ ଦେଇଥିଲେ । ପୋଷ୍ଟରରେ ‘ଗୁଗଲ ଧୋକେବାଜ୍‌ ହୈ, ଗୁଗଲ ପିକ୍ସେଲ ଫୋନ କିଣନ୍ତୁ ନାହିଁ’… ଭଳି କିଛି କଥା ପୋଷ୍ଟରରେ ଲେଖାଥିବାର ଦେଖା ଯାଇଥିଲା।

ସୂଚନା ମୁତାବକ, ହରିୟାଣାରେ ରହୁଥିବା ମନୁଙ୍କୁ ବର୍ଷେ ପୂର୍ବରୁ ତାଙ୍କ ପତ୍ନୀ ଗୁଗଲ ପିକ୍ସେଲ ଫୋନ ଉପହାରରେ ଦେଇଥିଲେ । କିନ୍ତୁ କିଛି ଦିନ ବ୍ୟବହାର କରିବା ପରେ ଫୋନରେ ସମସ୍ୟା ଦେଖା ଦେଇଥିଲା । ଏ ନେଇ ସେ ଗୁଗଲର କଷ୍ଟମର କେୟାରକୁ ଫୋନ କରିବା ପରେ ଓ୍ଵାରେଣ୍ଟି ଥାଇ ମଧ୍ୟ ଫୋନ ଠିକ୍‌ କରିବା ପାଇଁ ୨୬,୮୫୧ଟଙ୍କା ଚାର୍ଜ କରିଥିଲେ । କିନ୍ତୁ କିଛି ଦିନ ପରେ ଫୋନରେ ସେ ସବୁ ସମସ୍ୟା ପୁଣି ଆରମ୍ଭ ହୋଇଥିଲା । ଯାହା ପରେ ସେ ଗୁଗୁଲକୁ ଏ ନେଇ ଅଭିଯୋଗ କରିଥିବା ବେଳେ କମ୍ପାନି ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇ ନଥିଲା । ଯାହା ପରେ ମନୁ ରାଗରେ ଦିଲ୍ଲୀର ପ୍ରାୟ ସବୁ ସ୍ଥାନରେ ଗୁଗୁଲ ଫୋନ ନ କିଣିବା ପାଇଁ ଲୋକମାନଙ୍କୁ ମନା କରି ପୋଷ୍ଟର ଲଗାଇଥିଲେ ।

By amfnews

Related Post