Sat. Mar 7th, 2026

ଯୁବକଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

331 Views

ଭୁବନେଶ୍ବର , ଜାନୁଆରୀ ୨୯  : ସହିଦନଗର ଏକ ରେସ୍ତୋରାଁ ନିକଟରେ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌ ହୋଇଛି। ଏନେଇ ଅମିତ ପୁରୋହିତ ନାମକ ଜଣେ ଯୁବକ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ସନ୍ଧ୍ୟା ସମୟରେ ସେ ଉକ୍ତ ରେସ୍ତୋରାଁରେ ଖାଉଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା। ଅମିତ ଟଙ୍କା ଦେବାକୁ ମନା କରିବାରୁ ଯୁବକ ଜଣଙ୍କ ତାଙ୍କୁ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ଏକ ଲୁହା ରଡ୍‌ରେ ଅମିତଙ୍କୁ ପିଟି ମୁଣ୍ଡ ଫଟାଇ ଦେଇଥିଲେ। ଅମିତ ତଳେ ପଡ଼ିଯିବା ପରେ ଯୁବକ ଜଣଙ୍କ ତାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ଫେରାର୍‌ ହୋଇଯାଇଥିଲେ। ଅମିତଙ୍କ ସାଙ୍ଗମାନେ ଏ ନେଇ ତୁରନ୍ତ ପୁଲିସକୁ ଜଣାଇବା ସହ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post