Fri. Mar 6th, 2026

ଯୁକ୍ତିତର୍କ ବେଳେ ପଡ଼ୋଶୀ ଏସିଡ୍‌ ଫିଙ୍ଗିଲା ପଡ଼ୋଶୀଙ୍କ ପରିବାର ଉପରେ: ୭ ଆହତ

190 Views

ନୂଆଦିଲ୍ଲୀ, ଡିସେମ୍ବର ୩୧ : ରବିବାର ଦିନ ଉତ୍ତର ପ୍ରଦେଶର ଝାନ୍‌ସି ଜିଲ୍ଲାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ପଡ଼ୋଶୀଙ୍କ ଏସିଡ୍‌ ଆକ୍ରମଣରେ ସରବ୍ୟ ହୋଇ ପୋଡ଼ି ଯାଇଛନ୍ତି।ଆକ୍ରମଣ ପରେ ସମସ୍ତଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା।

ଜିଲ୍ଲାର ମୌରନିପୁର ଅଞ୍ଚଳରେ ଗୌରବ ସୋନି ଓ ଇସ୍‌ମାଇଲ୍‌ ନାମକ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏ ଭଳି ଘଟନା ଘଟିଛି। ଚଢ଼ାଉତାର ବେଳେ ସୋନି ଇସ୍‌ମାଇଲ୍‌ ଏବଂ ତାଙ୍କ ପରିବାରର ୬ ଜଣଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିବା କଥା ପୁଲିସର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ପି ସିଂହ କହିଛନ୍ତି।

ଆହତମାନଙ୍କୁ ଚିକିତ୍ସା କରାଇବାକୁ ଝାନ୍‌ସି ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ସୋନି ଏବଂ ତାଙ୍କ ବାପାମାଆଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସେ ଏବଂ ତାଙ୍କ ବାପା ଛୋଟେଲାଲ୍‌ଙ୍କୁ ଗିରଫ କରାଯାଇଛି ବୋଲି ସିଂହ କହିଛନ୍ତି।ଆହତମାନେ ବିପଦମୁକ୍ତ ଥିବା କଥା ପୁଲିସ କହିଛି।

By amfnews

Related Post