Fri. Mar 6th, 2026

ଯୁକ୍ତରାଷ୍ଟ୍ର ଆମେରିକା: ସେଣ୍ଟ୍‌ ଲୁଇ ହାଇସ୍କୁଲ୍‌ ନିକଟରେ ଗୁଳିକାଣ୍ଡ ୮ ବର୍ଷୀୟ ଝିଅ ନିହତ, ତିନି ଜଣ ଆହତ

331 Views

ସେଣ୍ଟ୍‌ ଲୁଇସ୍‌  : ସେଣ୍ଟ୍‌ ଲୁଇ ଠାରେ ଥିବା ଏକ ହାଇସ୍କୁଲ୍‌ ନିକଟରେ ଗୁଳିକାଣ୍ଡ ଘଟି ଜଣେ ୮ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଶୁକ୍ରବାର ରାତି ୮: ୦୦ ସହର ନିକଟସ୍ଥ ଏକାଡେମି ପାଖ ହାରୋଲଡ୍‌ସ୍‌ ଚପ୍‌ ସୁଏ ରେସ୍ତୋରାଁ ନିକଟରେ ଗୁଳିକାଣ୍ଡ ଘଟିଥିବା କଥା ‘ସେଣ୍ଟ୍‌ ଲୁଇ ପୋଷ୍ଟ୍‍-ଡିସ୍ପାଚ୍‌’ ରିପୋର୍ଟ କରିଛି।

ପୁଲିସ ମୁଖ୍ୟ ଜନ୍‌ ହେଡେନ୍‌ କହିଛନ୍ତି, ଜୁର୍ଣ୍ଣି ଥମ୍ପ୍‌ସନ୍‌ ନାମକ ସେ ବାଳିକା ଏବଂ ତା’ର ପରିବାର ସୋଲ୍‌ଡାନ୍‌ ହାଇସ୍କୁଲ୍‌ ଠାରୁ କିଛି ଦୂରେ ଅନୁଷ୍ଠିତ ଫୁଟ୍‌ବଲ୍‌ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ। ହେଡେନ୍‌ କହିଛନ୍ତି ଯେ ଫୁଟ୍‌ବଲ୍‌ ଖେଳ ବେଳେ ମାଡ଼ଗୋଳ ଚାଲି ଗୁଳି ଫୁଟିବାରୁ ପୁଲିସ ସମ୍ପୃକ୍ତ ସ୍ଥାନ ଖାଲି କରାଇବାକୁ ଉଦ୍ୟମ କରିଥିଲା। ପୁଲିସ କହିଛି, ଆହତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୧୬ ବର୍ଷିୟ ବାଳକ ଏବଂ ଜଣେ ୬୪ ବର୍ଷୀୟ ମହିଳା। ହେଡେନ୍‌ କହିଛନ୍ତି ଗୁଳିଚୋଟ ଖାଇଥିବା ଦୁଇ ତିନି ଜଣ ବ୍ୟକ୍ତି ପରସ୍ପରଙ୍କ ସମ୍ପର୍କୀୟ। ପଚରାଉଚୁରା ପାଇଁ କେତେକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

By amfnews

Related Post