Tue. Nov 5th, 2024

ଯାତ୍ରୀଙ୍କ ସହ ୭ ଘଣ୍ଟା ରନୱେରେ ଅଟକି ରହିଲା ଦିଲ୍ଲୀ ବାହାରିଥିବା ଇଣ୍ଡିଗୋ ବିମାନ

By amfnews Sep 5, 2019 #Featured
The logo of IndiGo Airlines is pictured on passenger aircraft on the tarmac in Colomiers near Toulouse, France, July 10, 2018. REUTERS/Regis Duvignau/Files
171 Views

ମୁମ୍ବାଇ  : ପ୍ରବଳ ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ବୁଧବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରୀଙ୍କୁ ନେଇ ବାହାରିଥିବା ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇ ବିମାନ ବନ୍ଦରରେ ୭ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ହଇରାଣ ହୋଇଯାଇଥିବା ସେ ଯାତ୍ରୀମାନେ ଟୁଇଟର୍‌ରେ ବିଳମ୍ବ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଖାଦ୍ୟ ଓ ପାଣି ନ ଥିବାରୁ ପିଲା ଓ ବୟୋଜ୍ୟେଷ୍ଠମାନେ ଅଡୁଆରେ ପଡ଼ିଥିଲେ।

ଫ୍ଲାଇଟ୍‌ ୬ଇ-୬୦୯୭ ଅପରାହ୍ଣ ୩: ୧୫ରେ ବାହାରି  ୫: ୩୦ରେ ଦିଲ୍ଲୀରେ ପହଞ୍ଚିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଶେଷକୁ ରାତି ୯: ୫୫ ମିନିଟ୍‌ରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଟୁଇଟର୍‌ ହ୍ୟା‌ଣ୍ଡ୍‌ଲ୍‌ରେ ଟ୍ୟାଗ୍‌ କରି ଜଣେ ଯାତ୍ରୀ ଟୁଇଟ୍‌ କରିଥିଲେ: ୬ଇ (ଇଣ୍ଡିଗୋ ଫ୍ଲାଇଟ୍‌ କୋଡ୍‌) ୬୦୯୭ ଗତ ୬ ଘଣ୍ଟା ଧରି ଯାହା ଘଟିଲା, ତାହା ଏମିତି  । ପ୍ରତି ଅଧ ଘଣ୍ଟାରେ ସେମାନେ ବିମାନ ଉଡ଼ାଣ ସମୟ ପରିବର୍ତ୍ତନ କଲେ। ଆମେ ବିମାନରେ ବସିଛୁ, କିନ୍ତୁ ପାଇଲଟ୍‌ କହିଲେ ଆହୁରି ସମୟ ଲାଗିବ।ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମୁମ୍ବାଇରେ ଅନର୍ଗଳ ବର୍ଷା ହେତୁ ବନ୍ଦରରେ ପ୍ରାୟ ୩୦ଟି ବିମାନ ଅଟକି ରହିଛି। ରାସ୍ତାରେ ବନ୍ୟା ଭଳି ପରିସ୍ଥିତି ଏବଂ ପାଣି ଜମିଥିବାରୁ ଓ ସେଥିଯୋଗୁଁ ହୋଇଥିବା ଟ୍ରାଫିକ୍‌ ଜାମ ପାଇଁ ଠିକଣା ସମୟରେ ଅନେକ ଗ୍ରାଉଣ୍ଡ୍‌ ସପୋର୍ଟ ଷ୍ଟାଫ୍‌, କ୍ରୁ ଓ କ୍ୟାପ୍‌ଟେନ୍‌ମାନେ ଆସି ପାରି ନାହାନ୍ତି। ତେଣୁ ବିମାନ ଯାଇ ନ ପାରି ଅଟକି ରହିଛି। ସ୍ୱାଭାବିକତା ଆଣିବାକୁ ଆମେ ସବୁମତେ ଉଦ୍ୟମ କରୁଛୁ।

By amfnews

Related Post