Tue. May 27th, 2025

ଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ କିରୋସିନ୍‌ରେ କରୁଥିଲେ ଶରୀର ମାଲିସ୍‌, ଜୀବନ୍ତ ଜଳିଗଲେ ବୃଦ୍ଧ

By amfnews Oct 23, 2018 #Featured
265 Views

ମୁରାଦାବାଦ,ଅକ୍ଟୋବର,୨୩: ରୋଗରୁ ମୁକ୍ତି ପାଇବା ପାଇଁ ଜଣେ ବୃଦ୍ଧ ଏମିତି ଉପାୟ ଆପଣାଥିଲେ ଯେ ଏକାଥରକେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଲ ମାଲିସ୍‌ କାରଣରୁ ଶୌଚାଳୟ ଭିତରେ ସେ ଜୀବନ୍ତ ଜଳି ଯାଇଥିଲେ। ପରିବାରବର୍ଗ କବାଟ ଭାଙ୍ଗି ତାଙ୍କୁ ବାହାରକୁ ବାହାର କରିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଉତ୍ତରପ୍ରଦେଶ ମୁରାଦାବାଦର ହରଥଲାରେ ପରିବା ବିକ୍ରି ହେଉଥିବା ନିକଟରେ ବୃଧ୍ୟ ସିଂହ ବସବାସ କରନ୍ତି। ସେ ଅନେକଦିନ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିଲେ। ପୁଅ ଜଗଦୀଶଙ୍କ କହିବାନୁସାରେ, ବୈଦରାଜଙ୍କ ପରାମର୍ଶକ୍ରମେ ଯକ୍ଷ୍ମାର ପ୍ରକୋପରୁ ବର୍ତ୍ତିବା ପାଇଁ ପିତା ସୋରିଷ ଓ କିରୋସିନ୍‌ ତେଲ ମିଶାଇ ଶରୀରରେ ମାଲିସ କରିଥାଆନ୍ତି। ଶନିବାର ସନ୍ଧ୍ୟାରେ ସେ ଏହି ତେଲକୁ ମାଲିସ କରି ଶୌଚ ହେବାକୁ ଯାଇଥିଲେ। ସେଠାରେ ବିଡି ପିଉଥିବା ସମୟରେ ସାମାନ୍ୟ ନିଆଁ ତାଙ୍କ ପୋଷାକରେ ପଡ଼ିଥିଲା। ଯକ୍ଷ୍ମା ରୋଗରେ ପୀଡିତ ହୋଇଥିବା ହେତୁ ତାଙ୍କ ଶରୀର ଦୁର୍ବଳ ହୋଇପଡ଼ିଥିଲା, ତେଣୁ ସେ ସେହି ନିଆଁରୁ ନିଜକୁ ବଞ୍ଚାଇବା ପାଇଁ ଶକ୍ତି ପାଇ ନଥିଲେ। ଧୁଆଁ ବାହାରୁଥିବା ଦେଖି ଶୌଚାଳୟ ଦ୍ୱାର ଭାଙ୍ଗି ଦେଇଥିଲୁ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

By amfnews

Related Post