Sun. Mar 8th, 2026

ମୋବାଇଲ ପାଇଁ ଛାତ୍ରଙ୍କୁ ଛୁରାମାଡ଼

181 Views

ଯୋଡ଼ା, ଜାନୁଆରୀ ୨୯ : କେନ୍ଦୁଝର ଜିଲ୍ଲା ଯୋଡ଼ା ବସଷ୍ଟାଣ୍ଡରେ ସ୍କୁଲ ବସକୁଚ ଅପେକ୍ଷା କରିଥିବା ଜଣେ ସ୍କୁଲ୍‌ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ଼ କରିଛନ୍ତି। ମୋବାଇଲ ଛଡ଼ାଇନେବାକୁ ହେଉଥିବା ଉଦ୍ୟମକୁ ବିରୋଧ କରିବାକୁ ତାଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଆହତ ଛାତ୍ରଙ୍କ ନାଁ ଓଶ୍‌ ନନ୍ଦ୍‌ ଓ ତାଙ୍କୁ ଟାଟା ଷ୍ଟିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି।
ବଡ଼ବିଲ୍‌ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀରେ ପଢ଼ୁଥିବା ଶ୍ରୀ ନନ୍ଦ ଆଜି ସ୍କୁଲ୍‌ ଯିବା ପାଇଁ ଯୋଡ଼ା ବସଷ୍ଟାାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ପାଖରେ ଥିବା ମୋବାଇଲ୍‌ଟିକୁ ନେବା ପାଇଁ ଛଡ଼ାଛଡ଼ି କରିଥିଲେ। ମାତ୍ରଶ୍ରୀ ନନ୍ଦ ସେମାନଙ୍କୁ ତାଙ୍କ ମୋବାଇଲଟି ନ ଦେଇ ସେମାନଙ୍କ ଏହି ଉଦ୍ୟମକୁ ବିରୋଧ କରିଥିଲେ। ଶ୍ରୀ ନନ୍ଦଙ୍କ ବିରୋଧକୁ ଦେଖି ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତାଙ୍କ କାନ ଓ ପିଠିରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶଅୀ ନନ୍ଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇତିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post