Mon. Apr 21st, 2025

ମୋବାଇଲ୍ ଦୋକାନରୁ ଚୋରି ଉଦ୍ୟମ

By amfnews Jun 17, 2019 #Featured
102 Views

ଛେଣ୍ଡିପଦା : ଶୁକ୍ରବାର ବିଳମ୍ବିତ ରାତିରେ ଛେଣ୍ଡିପଦା ମଝି ବଜାରସ୍ଥିତ ଏକ ମୋବାଇଲ ଦୋକାନର ସଟର ତାଡି ୩ ଜଣ ଦୁର୍ବୃତ୍ତ ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଆସିବାକୁ ପଳାଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତନାଘନା ଚାଲିଛି। ପୁଲିସ ସୂତ୍ରରୁ ପ୍ରକାଶ, ଶୁକ୍ରବାର ରାତି ପ୍ରାୟ ସାଢେ ୨ଟାରେ ତିନିଜଣ ଦୃର୍ବୃତ୍ତ ଛେଣ୍ଡିପଦା ମଝି ବଜାରର ତ୍ରିନାଥ ପୃଷ୍ଟିଙ୍କ ହଟ୍‌ଲାଇନ୍ ମୋବାଇଲ ଦୋକାନ ସଟର ତାଡି ଚୋରି ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଶବ୍ଦ ଶୁଣି ପଡୋଶୀମାନେ ଆସିଥିଲେ। ପଡୋଶୀଙ୍କ ଆସିବା ଜାଣି ଘଟଣାସ୍ଥଳରୁ ୩ ଜଣଯାକ ଦୁର୍ବୃତ୍ତ ଏକ ଗାଡ଼ିରେ ଫେରାର ହୋଇଯାଇଥିଲେ। ତ୍ରିନାଥ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଚଳାଇଛି। ଗତ ୧୩ ତାରିଖ ରାତିରେ ଦୁର୍ବୃତ୍ତମାନେ ଛେଣ୍ଡିପଦା-ଅନୁଗୁଳ ରାସ୍ତାର ଗୋପୀନାଥପୁର ନିକଟ କସ୍ତୁରୀ ଢାବା ନିକଟରେ ବୃନ୍ଦାବନ ବେହେରାଙ୍କ ପାନ ଦୋକାନ ତାଲା ଭାଙ୍ଗି ନଗଦ ଦେଢ ହଜାର ଟଙ୍କା ସହିତ ୩ ହଜାର ଟଙ୍କାର ସାମଗ୍ରୀ ନେଇଯାଇଥିଲେ। ଏପରି ଲଗାତାର ଚୋରି ହେଉଥିବାରୁ ସେଠାରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି କରାଯିବାକୁ ସାଧାରଣରେ ଦାବି ହେଉଛି।

By amfnews

Related Post