Sun. Mar 8th, 2026

ମୋଦୀଙ୍କ ସମର୍ଥକ ହେଲେ ବ୍ରିଟେନର ଗୃହମନ୍ତ୍ରୀ

184 Views

ଲଣ୍ଡନ  : ବଦଳିଛି ବ୍ରିଟେନରେ ସରକାର | ପ୍ରଧାନମନ୍ତ୍ରୀ ଭାବେ ବୋରୀସ ଜନସନ ଦାୟିତ୍ୱ ନେଇଥିବାବେଳେ ତାଙ୍କ ସରକାରରେ ଗୃହମନ୍ତ୍ରୀ ହୋଇଛନ୍ତି ଜଣେ ପ୍ରବାସୀ ଭାରତୀୟ | ସରକାରର ପ୍ରଧନମନ୍ତ୍ରୀଙ୍କ ପରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଭାବେ ଭାରତୀୟ ଝିଅ ପ୍ରୀତି ପଟେଲଙ୍କୁ ନିଯୁକ୍ତି ମିଳିଛି | କଞ୍ଜରଭେଟିଭ ପାର୍ଟିର ନେତା ପ୍ରୀତି ପଟେଲଙ୍କୁ ଗୃହ ମନ୍ତ୍ରୀ ଥିବା ସଜିଦ ଯାବିଦଙ୍କ ସ୍ଥାନରେ ଗୃହମନ୍ତ୍ରୀ କରାଯାଇଛି | ସଜିଦଙ୍କୁ ଅର୍ଥ ମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି |

ତେବେ ପ୍ରୀତିଙ୍କର ଘର ଗୁଜୁରାଟ ହୋଇଥିବାବେଳେ ବ୍ରିଟେନରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି | ଅନ୍ୟପଟେ ପ୍ରୀତି ମଧ୍ୟ ମୋଦୀଙ୍କର ଜଣେ ବଡ ସମର୍ଥକ ଭାବେ ବେଶ ଜଣାଶୁଣା | ମୋଦୀଙ୍କର ବ୍ରିଟେନ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ପ୍ରୀତି ସବୁ ଆୟୋଜନ କରିଥାନ୍ତି |

ଏଠାରେ ସୂଚନା ଥାଉ କି ଶାସକ କନଜରବେଟିଭ୍‌ ପାର୍ଟିର ନେତା ନିର୍ବାଚିତ ହେବାପରେ ବୋରିସ୍‌ ପ୍ରଧାନମନ୍ତ୍ରୀ ହେବାନେଇ ବାଟ ଫିଟି ଯାଇଛି। ବୋରିସ୍‌ କନଜରବେଟିଭ୍‌ ପାର୍ଟିରେ ୯୨, ୧୫୩ ଭୋଟ୍‌ ପାଇ ନେତା ନିର୍ବାଚିତ ହୋଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଦେଶ ସଚିବ ଜେରେମି ହଣ୍ଟ୍‌ ମାତ୍ର ୪୬,୬୫୬ ଭୋଟ୍‌ ପାଇଥିଲେ |

By amfnews

Related Post