Fri. Mar 6th, 2026

ମୋଦୀଙ୍କ ଆରୋପ : ମୁଁ ନୁହେଁ ପ୍ରଥମେ ସେନାକୁ ନେଇ କଂଗ୍ରେସ ରାଜନୀତିକରଣ କରିଥିଲା,୧୯୭୧ରେ ହୋଇଥିବା ଯୁଦ୍ଧର ଶ୍ରେୟ ନେଇଥିଲା କଂଗ୍ରେସ

536 Views

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାରରେ ବିଜେପି ରାଷ୍ଟ୍ରବାଦ୍‌ ବିଷୟକୁ ନେଇ ଜୋର୍‌ ସୋରରେ ଚର୍ଚ୍ଚା କରୁଥିବା ଦେଖା ଯାଇଛି । ବିପକ୍ଷ ଦଳ ବିଜେପି ସରକାର ଏବଂ ମୋଦୀଙ୍କ ଉପରେ ସେନାକୁ ନେଇ ରାଜନୀତିକରଣ କରୁଥିବାର ଅଭିଯୋଗ କରୁଥିବା ବେଳେ ଏବେ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅତୀତର ପୃଷ୍ଠାକୁ ଖେଳାଇ ମୋଦୀ କଂଗ୍ରେସକୁ ପୁରୁଣା କଥା ମନେ ପକାଇଛନ୍ତି । ଏ ସାକ୍ଷାତକାରରେ ଯୋଗ ଦେଇ, ମୁଁ ନୁହେଁ ପ୍ରଥମେ କଂଗ୍ରେସ ସେନାକୁ ନେଇ ରାଜନୀତିକରଣ କରିଥିଲା । ୧୯୭୧ମସିହାରେ ହୋଇଥିବା ଯୁଦ୍ଧରେ କଂଗ୍ରେସ ସେନାକୁ ନୁହେଁ ନିଜକୁ ଶ୍ର୍ରେୟ ଦେଇଥିଲା ।

ମୋଦୀ ବାଲାକୋଟ ଏୟାରଷ୍ଟ୍ରାଇକ୍‌ର ଶ୍ରେୟ ନେଉଛନ୍ତି ଏବଂ ସେନାକୁ ନେଇ ରାଜନୀତିକରଣ କରୁଛନ୍ତି ବୋଲି ବିପକ୍ଷ ଦଳ ଯେଉଁ ଆରୋପ ଲଗାଉଛନ୍ତି, ତା’ ଉପରେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ସାମ୍ବାଦିକଙ୍କଠାରୁ ଏଭଳି ପ୍ରଶ୍ନ ଶୁଣିବା ପରେ, ଆମକୁ ଆମର ଯବାନଙ୍କ ସାହାସ ଉପରେ କୌଣସି ସନ୍ଦେହ ନାହିଁ । ଯେଉଁ ଲୋକ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଜନତା ଜବାବ ଦେବେ । ସେମାନେ କିଏ ଯିଏ ସେନାକୁ ନେଇ ରାଜନୀତିକରଣର ଆରୋପ ଲଗାଉଛନ୍ତି? ଏ ହେଉଛନ୍ତି ସେଇ ଲୋକ ଯିଏ ୧୯୭୧ରେ ହୋଇଥିବା ଯୁଦ୍ଧର ଶ୍ରେୟ ନେଇଥିଲେ । ଏ ହେଉଛନ୍ତି ସେଇ ଲୋକ ଯିଏ ଆର୍ଯ୍ୟଭଟ୍ଟ ସାଟେଲାଇଟ୍‌ ଲଞ୍ଚିଂର ଶ୍ରେୟ ନେଇଥିଲେ । ଏ ସବୁ ରାଜନୀତିକରଣ ନୁହେଁ କି? ବୋଲି ଉତ୍ତର ରଖି କହିଥିଲେ ମୋଦୀ ।

By amfnews

Related Post