Sat. Mar 7th, 2026

ମିଜୋରାମ ବିଧାନସଭା ନିର୍ବାଚନରେ ପରାଜିତ ହେଲେ ମୁଖ୍ୟମନ୍ତ୍ରୀ ଥାନହଲା

257 Views

ଆଇଜଲ୍‌ , ଡିସେମ୍ବର୧୧: ମିରୋରାମ ବିଧାନସଭା ନିର୍ବାଚନରେ ଚାମ୍ଫାଇ ଦକ୍ଷିଣ ଆସନରେ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଥାନହଲା ଏମ୍‌ଏନ୍‌ଫ୍‌ର ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ପରାଜିତ ହୋଇଛନ୍ତି। ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦ୍ୱିତୀୟ ଆସନ ସେର୍‌ଛିପ୍‌ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପଛେଇ ଚାଲିଛନ୍ତି।

ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନହଲା ନିଜେ ଦୁଇ ଦୁଇଟି ଆସନରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ରାଜ୍ୟରେ କଂଗ୍ରେସ କ୍ଷମତାରୁ ହଟିଯିବା ପରି ମନେହେଉଛି।

ଚମ୍ଫାଇ ଦକ୍ଷିଣ ଆସନରୁ ଥାନହଲା ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ୧୦୪୯ ଭୋଟ୍‌ରେ ହାରିଛନ୍ତି।

ଏମ୍‌ଏନ୍‌ଏଫ୍‌ ୨୮ଟି ଆସନରେ ଅଗ୍ରଣୀ ରହିଥିବା ବେଳେ କଂଗ୍ରେସ ମାତ୍ର ୯ଟି ଆସନରେ ଆଗେଇଛି। ବିଜେପି ୧ ଆସନ ଏବଂ ଅନ୍ୟାନ୍ୟ ୬ ଟି ଆସନରେ ଅଗ୍ରଣୀ ରହିଛନ୍ତି।

By amfnews

Related Post