Wed. Dec 25th, 2024

ମା’ କୋଳରେ ଶେଷ ନିଶ୍ୱାସ ନେବାକୁ ଚାହୁଁଥିବା କର୍କଟ ପୀଡିତ କଏଦୀର ଆବେଦନ ଖରାଜ କଲେ ସୁପ୍ରିମକୋର୍ଟ

By amfnews Jun 6, 2019 #Featured
101 Views

ନୂଆଦିଲ୍ଲୀ: ରାଜସ୍ଥାନ ଜିଲ୍ଲାରେ ବନ୍ଦୀ ଥିବା ଜଣେ କର୍କଟ ପୀଡିତ କଏଦୀ ନିଜ ମା’ କୋଳରେ ଶେଷ ନିଶ୍ୱାସ ନେବାକୁ କରିଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ମୁଖ୍ୟ ଅଭିଯୁକ୍ତ ଆସୁ ଜେଫ ପାଖରେ ୨୩ଲକ୍ଷ ଟଙ୍କାର ନକଲି ନୋଟ ଓ ନକଲି ନୋଟ ବନାଇବାର ସାମଗ୍ରୀ ଜବତ ହୋଇଥିଲା। ନକଲି ନୋଟ ରଖିବା ମାମଲାରେ ଜୟପୁର ଜିଲ୍ଲାରେ ବନ୍ଦୀ ଥିବା ଆସୁ ଜେଫ କଏଦୀକୁ ମୁଖ କର୍କଟ ହୋଇଛି। ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିଛି।

ଆସୁ ଜେଫ କଏଦୀ ପାଖରୁ ଜାଲ ନୋଟ ଜବତ ହେବା ମାମଲାରେ ଗତବର୍ଷ ଜୟପୁରରେ ଏହା ବିରୋଧରେ ଏକ ମାମଲା ବି ରୁଜୁ କରାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ୨୪ଏପ୍ରିଲକୁ କଏଦୀର ଅନ୍ତିମ ଇଚ୍ଛା ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟ ନିଷ୍ପତ୍ତି ବିରୋଧରେ ଅଭିଯୁକ୍ତ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା।

ଆବେଦନକାରୀର କହିବାନୁସାରେ, ନିମ୍ନ ଅଦାଲତରେ ମାମଲାର ଶୁଶାଣିରେ ଅନେକ ସମୟ ଲାଗିବ, ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିବ। ଶୁଣାଣି ପ୍ରଣାଳୀକୁ ବୁଝିଲା ବେଳକୁ ସେ ନିଜର ମାନସିକ ସନ୍ତୁଳନକୁ ହରାଇ ବସିବ। କର୍କଟ ପୀଡିତ ନିଜ ଉପରୁ ବିଶ୍ୱାସ ହରାଇ ଦେଇ ଥାଆନ୍ତି। ମୁଁ ବି ଆଶା ଛାଡ଼ି ଦେଇଛି। ମୁଁ ଏବେ ମା’ କୋଳରେ ମୁଣ୍ଡ ରଖି ମରିବାକୁ ଚାହେଁ। ଶେଷ ସମୟରେ ନିଜ ଲୋକଙ୍କ ସହ ବିତାଇବାକୁ ଚାହେଁ।

ଏହି କଏଦୀଙ୍କ ଜାମିନ ଆବେଦନକୁ ଏହି ଆଧାରରେ ଖାରଜ କରାଯାଇଛି କି ସବାଇ ମାନ ସିଂହ ହସ୍‌ପିଟାଲ୍‌ ଜୟପୁରରେ ତାର ଚିକିତ୍ସା ଚାଲିଛି। କଏଦୀର ଗତ ୮ ମାସ ହେବ ପ୍ରତିଦିନ ରେଡିୟୋଥେରେପି କରିବାକୁ ପଡ଼ୁଛି। ଜୟପୁରସ୍ଥିତ ସବାଇ ମାନସିଂହ ହସ୍‌ପିଟାଲ୍‌ରେ ଚିକିତ୍ସା ହେବା କାରଣରୁ ବାରମ୍ବାର ଆବେଦନ ଖାରଜ କରାଯାଉଛି।

By amfnews

Related Post