Tue. Mar 10th, 2026

ମାଛ ବିକ୍ରି ଆଳରେ ବାଉନ୍ ସୁଗାର ବିକ୍ରି, ୪ ଅଭିଯୁକ୍ତ ଗିରଫ

262 Views

ବାଲେଶ୍ୱର:ଆଜି ଭୋର ସମୟରେ ସହଦେବଖୁଣ୍ଟା ପୁଲିସ ପକ୍ଷରୁ ପୁଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଚଢାଉ କରାଯାଇ ବାଲେଶ୍ୱର ସହରଠାରୁ ଅଳ୍ପ ଦୂରରେ ଥିବା ଏକ ଅଞ୍ଚଳରୁ ୧ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଜବତବ୍ରାଉନ ସୁଗାରର ମୂଲ୍ୟ ଦେଢ କୋଟି ଟଙ୍କାର ଅଧିକ ବୋଲି ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଦହପଡ଼ା ପଚା ଛକ ନିକଟରେ ଆଜି ଚଢାଉ କରାଯାଇଥିଲା ସେଠାରେ ଏକ କାର୍‌ (ODO1W-7995) ଠିଆ ହେବାର ଦେଖିବାକୁ ପାଇଥିଲେ। ପୁଲିସ ସେହି କାର ଉପରେ ଚଢାଉ କରି ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଥିଲା।

ଗିରଫ ବ୍ୟକ୍ତିମାନେ ହେଲେ ସେଖ୍‌ ମକସଦ୍‌ (୩୫),ଶେଖ୍‌ ରାଜୁ (୩୦),ଶେଖ୍‌ ଅବୁସେନ୍‌ (୨୮),ଶେଖ୍‌ ଜାମସେଦ୍‌ ଅଲ୍ଲୀ (୫୩)। ଏମାନଙ୍କ ଭିତରୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସେଖ୍‌ ମକସଦ୍‌ର ଘର ଜଳେଶ୍ୱରର ରାଜପୁର ଗ୍ରାମରେ,ଆଉ ଅନ୍ୟଜଣଙ୍କ ଘର ଅରଡ଼ ବଜାରରେ ବୋଲି ଜଣାପଡ଼ିଛି। ଏମାନଙ୍କୁ ଏକ କାର୍ ଏବଂ ଏକ ବୁଲେଟ୍ ଏସକଟ୍ କରି ଆଣୁଥିବା ଜଣାଯାଇଛି। ପୁଲିସ୍ ସେହି କାର ଏବଂ ବୁଲେଟକୁ ବି ଅଟକ ରଖିଛି। ଏମାନେ ମାଛ ବ୍ୟବସାୟ ଆଳରେ ବ୍ରାଉନ ସୁଗାର ବେପାର କରୁଥିବା ଜଣାଯାଇଛି।

By amfnews

Related Post