Fri. Mar 6th, 2026

ମାଆଙ୍କ କ୍ରେଡିଟ କାର୍ଡ ଚୋରି କରି ବେଙ୍ଗାଲୁରୁକୁ ବିମାନ ଟିକେଟ୍‌ କାଟିଲା ନାବାଳକ ପୁଅ

IGI Airport *** Local Caption *** IGI Airport
339 Views

ଫରିଦାବାଦ, ନଭେମ୍ବର ୨୫: ଫରିଦାବାଦର ଜଣେ ସପ୍ତମ ଶ୍ରେଣୀର ଛାତ୍ରର ବାପା ମାଆଙ୍କ ସହିତ ଝଗଡା ହେଲା।ସେ ମାଆଙ୍କର କ୍ରେଡିଟ୍‌ କାର୍ଡଟି ଚୋରି କରି ନେଇ ସିଧାସଳଖ ପଳାଇଲା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରକୁ। ସେଠାରୁ ବେଙ୍ଗଲୁରୁ ଯିବା ପାଇଁ ଟିକେଟ୍‌ କାଟିଲା। ମାଆ ମୋବାଇଲକୁ ମେସେଜ୍‌ ଆସିଲା। ସେ ଜାଣିପାରିଲେ ନାବାଳକ ପୁଅ ତାଙ୍କ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏୟାର୍‌ ଟିକେଟ୍‌ ବୁକ୍‌ କରିଛି।

ମାଆ ତତକ୍ଷଣାତ୍‌ ଏ ବିଷୟରେ ପୁଲିସକୁ ସୂଚନା ସୂଚନା ଦେଇଥିଲେ। ପୁଲିସର ସୂଚନା ଅନୁଯାୟୀ ୧୨ ବର୍ଷର ନାବାଳକ ଏକ ବେସରକାରୀ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ର। ତା’ର ବାପା ଏକ ବେସରକାରୀ କଂପାନିରେ ଚାକିରି କରନ୍ତି। ସନ୍ଧ୍ୟା ସାଢ଼େ ୫ଟା ବେଳେ ବାପା ମାଆ ମାର୍କେଟ୍‌ ଗଲେ। ସାଢ଼େ ଛଅଟା ବେଳେ ବାପା ମାଆ ଘରକୁ ଫେରିବା ପରେ ଦେଖିଲେ ଯେ, ପୁଅ ଚୋରି କରି ଘରୁ ପଳାଇଛି। ରାତି ଆଠଟାବେଳେ ପୁଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ ବାପାମାଆ।ରାତି ପ୍ରାୟ ସାଢ଼େ ୧୨ ଟାବେଳେ ଉକ୍ତ ଛାତ୍ର ପାଖରୁ ବାପା ମାଆଙ୍କ କ୍ରେଡିଟ୍‌ କାର୍ଡ ଓ ଆଧାର କାର୍ଡ ସମେତ କିଛି ଟଙ୍କା ମଧ୍ୟ ମିଳିଥିଲା। ନାବାଳକ ପୁଅ କହିଥିଲା ଯେ,ବେଙ୍ଗଲୁରୁରେ ତା’ର ମାଉସୀ ରହୁଛନ୍ତି। ଏଣୁ ସେ ସେଠାକୁ ଯିବାକୁ ଟିକେଟ୍‌ କାର୍ଡ ଓ ଆଧାର କାର୍ଡ ସମେତ କିଛି ଟଙ୍କା ମଧ୍ୟ ମିଳିଥିଲା। ନାବାଳକ ପୁଅ କହିଥିଲା ଯେ,ବେଙ୍ଗଲୁରୁରେ ତାର ମାଉସୀ ରହୁଛନ୍ତି।ଏଣୁ ସେ ସେଠାକୁ ଯିବାକୁ ଟିକେଟ କରିଥିଲା।

By amfnews

Related Post