Sat. Mar 7th, 2026

ମହୁଲ ସାଉଁଟି ଯାଇଥିବା ମହିଳାଙ୍କୁ ମାରି ଦେଲା ଦନ୍ତାହାତୀ

338 Views

କଳାହାଣ୍ଡି : ଶନିବାର ଭୋର୍‌ ପ୍ରାୟ ୫ଟା ସମୟରେ ନର୍ଲା ବନବିଭାଗ ରେଞ୍ଜ୍‌ର ଶ୍ରୀପାଲି ଜଙ୍ଗଲରେ ଜଣେ ମହିଳାଙ୍କୁ ଗୋଟାଏ ଦନ୍ତା ହାତୀ ମାରି ପକାଇଛି । ମୃତା ମହିଳାଜଣକ ହେଉଛନ୍ତି ଶ୍ରୀପାଲି ଗାଁର ୩୦ ବର୍ଷୀୟା ବନୀତା ପୋଢ଼। ଅନ୍ୟମାନଙ୍କ ସହ ମିଶି ବନୀତା ମହୁଲ ସାଉଁଟିବା ପାଇଁ ବଣକୁ ଯାଇଥିଲେ। ବଣରୁ ହଠାତ୍‌ ଗୋଟାଏ ଦନ୍ତାହାତୀ ବାହାରି ଆସି ବନୀତାଙ୍କୁ କଚାଡ଼ି ଦେଇଥିଲା। ଆତଙ୍କରେ ତାଙ୍କ ସହ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ନିରାପଦ ଦୂରତାକୁ ଦୌଡ଼ି ପଳାଇଥିଲେ। ଆହତ ବନୀତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଖବର ପାଇ ନର୍ଲା ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିଲା।

By amfnews

Related Post