Sat. Mar 7th, 2026

ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ: ବିଜେପି ସହ ହାତ ମିଳାଇବ ଏମଏନଏସ୍!

208 Views

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣର ଆଭାସ ମିଳିଛି। ଦୁଇଟି ଦଳ ଏକାଠି ଆସୁଥିବାର ସୂଚନା ବି ରହିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣର ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେଙ୍କ ମଧ୍ୟରେ ମୁମ୍ବାଇରେ ସାକ୍ଷାତ ହୋଇଛି। ଏଦୁଇ ନେତା ସାଂପ୍ରତିକ ରାଜନୀତି ଏବଂ ଉଭୟ ଦଳର ଭବିଷ୍ୟତ ରଣନୀତି ନେଇ ଚର୍ଚ୍ଚା କରିଥିବା କୁହାଯାଉଛି । ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ଏକ ଘଣ୍ଟାରୁ ଅଧିକ ସମୟ ଯାଏଁ ଚାଲିଥିଲା।

ଆଗାମୀ ଜାନୁଆରି ୨୩ ତାରିଖରେ ଏମଏନଏସ ପକ୍ଷରୁ ମୁମ୍ବାଇରେ ଏକ ବଡ଼ ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଦଳ ବିଜେପି ସହିତ ହାତ ମିଳାଇଥିବାର ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। କଂଗ୍ରେସ ଏବଂ ଏନସିପି ସହ ଶିବସେନା ହାତ ମିଳାଇବା ପରେ ଶିବସେନା ନିଜ ହିନ୍ଦୁତ୍ୱ ପ୍ରସଙ୍ଗକୁ ଆଉ ଗୁରୁତ୍ବ ଦେଉନାହିଁ ବୋଲି ଏମଏନଏସ୍ ବିଚାର କରୁଛି। ଏଣୁ ରାଜ୍ୟରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେବାଲାଗି ପାଇଁ ଏମଏନଏସ୍ ବିଜେପିର ନିକଟତର ହେବାକୁ ଚାହୁଁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଉଛି ଯେ ଏମଏନଏସ୍ ନିଜର ପତାକାକୁ ମଧ୍ୟ ଗୈରିକ ରଙ୍ଗ କରିବାର ନିଷ୍ପତ୍ତି ନେଇଛି।

By amfnews

Related Post