Fri. Mar 6th, 2026

ମହାରାଷ୍ଟ୍ରରେ ଚାଷୀ କହିଲେ ‘ମୋତେ ମୁଖ୍ୟମନ୍ତ୍ରୀ କରାଯାଉ’

306 Views

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ କେଉଁଭଳି ସରକାର ଗଠନ ହେବ,ତାକୁ ନେଇ ସସପେନସ୍ ଜାରି ରହିଥିବା ବେଳେ ଜଣେ ଚାଷୀ ନିଜର ଅଭିଳାଷ ଜଣାଇଛନ୍ତି। ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ ଶ୍ରୀକାନ୍ତ ବିଷ୍ଣୁ ଗଡାଲେ ମୁଖ୍ୟମନ୍ତ୍ରୀ ହେବାକୁ ନିଜର ଅଭିଳାଷ ପୋଷଣ କରିଛନ୍ତି। ଏଥିଲାଗି ସେ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଥିବା ଜଣାଯାଇଛି। ଏହି ଚିଠି ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଜ୍ୟପାଳଙ୍କୁ ଶ୍ରୀକାନ୍ତ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସେତେପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ନିକଟରେ ଲଗାଣ ବର୍ଷା ପାଇଁ ଫସଲ ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ଏଣୁ ରାଜ୍ୟରେ ଶୀଘ୍ର ଏକ ସରକାରର ଆବଶ୍ୟକତା ରହିଛି ବୋଲି ସେ ଜଣାଇଛନ୍ତି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି- ଶିବସେନା ମେଣ୍ଟ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଏଯାବବତ୍ ସେଠାରେ ସରକାର ଗଠନ ସମ୍ଭବପର ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଚୌକି ପାଇଁ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ତିକ୍ତ ଓ ତୀବ୍ର ହୋଇ ପଡ଼ୁଥିବା ବେଳେ ସରକାର ଗଠନ ପାଇଁ ସମସ୍ୟା ତୁଟିବା ବଦଳରେ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡ୍ନାବିସ୍ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାରର ୫୦-୫୦ ଫର୍ମୂଲାକୁ ପ୍ରତ୍ୟାଖାନ କରିବା ସହ ‘ଆଗାମୀ ୫ ବର୍ଷ ପାଇଁ ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି’ ବୋଲି ଘୋଷଣା କରିଦେବା ପରେ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆହୁରି ଉଗ୍ର ଓ ତିକ୍ତ ହୋଇ ପଡ଼ିଛି।ଏଣେ ଶିବସେନା ବି ନିଜ ଜିଦରେ ଅଡ଼ିବସିଛି।

By amfnews

Related Post