Sat. Mar 7th, 2026

ମହାଦେବ ମନ୍ଦିରରୁ ୧୦୦୦ କେଜି ଓଜନର ନନ୍ଦି ମୂର୍ତ୍ତି ଚୋରି: ୧୫ ଗିରଫ

308 Views

ରାଜମୁଣ୍ଡ୍ରୀ: ନିକଟ ଅତୀତରେ ଆନ୍ଧ୍ରପଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଥିବା ଗୋଟିଏ ପ୍ରାଚୀନ ମହାଦେବ ମନ୍ଦିରରୁ ୧୦୦୦ କେଜି ଓଜନର ନନ୍ଦି ମୂର୍ତ୍ତି ଚୋରି ସହ ସମ୍ପୃକ୍ତ ୧୫ ଜଣଙ୍କୁ ଶନିବାର ଦିନ ଗିରଫ କରାଯାଇଛି।

ଜାନୁଆରି ୨୪ ତାରିଖ ରାତିରେ ରାମଚନ୍ଦ୍ରପୁରମ୍‌ ଠାରେ ଥିବା ୪୦୦ ବର୍ଷ ପୁରୁଣା ଅଗସ୍ତେଶ୍ୱର ସ୍ୱାମୀ ମନ୍ଦିରରୁ ଚୋରି ହୋଇଥିବା ମୁଗୁନି ପଥର ମୂର୍ତ୍ତି ଘଟନାର ତଦନ୍ତ ଚଳାଇ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।

ଉକ୍ତ ମୂର୍ତ୍ତିରେ ହୀରା ଅଛି ବୋଲି ଉଡ଼ା କଥାରେ ବିଶ୍ୱାସ ସେମାନେ ମୁଗୁନି ପଥର ମୂର୍ତ୍ତିଟିକୁ ଚୋରାଇ ଥିଲେ। କିନ୍ତୁ, ଗୋଟାଏ କେନାଲ୍‌ କୂଳକୁ ନେଇ ମୂର୍ତ୍ତିଟିକୁ ଭାଙ୍ଗିବା ପରେ ସେଥିରୁ ହୀରା ପାଇ ନ ଥିଲେ।

ସର୍କଲ୍‌ ଇନ୍‌ସ୍‌ପେକ୍ଟର୍‌ ଶିବ ଗଣେଶ କହିଛନ୍ତି: ଚୋରିରେ ଆହୁରି ଅନେକ ସମ୍ପୃକ୍ତ ବୋଲି ସନ୍ଦେହ ହେଉଛି। ଆମେ ଏକ ଟିମ୍‌ ଗଠନ କରି ରୀତିମତ ତଦନ୍ତ ଆରମ୍ଭ କଲୁ। ଆମେ ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ସଂଗ୍ରହ କରି ଯେଉଁ ଟେର୍‌ ପାଇଲୁ ତାହା ଦ୍ୱାରା ୧୫ ଜଣଙ୍କୁ ଗିରଫ କରିଲୁ। ଏଡ଼େ ଭାରୀ ମୂର୍ତ୍ତି ଚୋରି ଭକ୍ତମହଲକୁ ଆଘାତ ଦେଇଛି।

ପୁଲିସରେ ଅଭିଯୋଗ କରିଥିବା ମନ୍ଦିର ଅଧିକାରୀମାନଙ୍କର ସନ୍ଦେହ ଏଥିରେ ଗୁଡ଼ାଏ ଲୋକ ସମ୍ପୃକ୍ତ। କାରଣ ଅଳ୍ପ ଲୋକ ଏତେ ଓଜନିଆ ମୂର୍ତ୍ତି ଟେକି ନେଇ ପାରିବେ ନାହିଁ।

By amfnews

Related Post