Sun. Mar 8th, 2026

ମଧ୍ୟାହ୍ଣ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍‌

293 Views

ବଲାଙ୍ଗିର  :  ମଧ୍ୟାହ୍ନ ଭୋଜନରେ ମିଳିଲାନି ଭାତ ଓ ଡାଲି। ଆଉ ତା’ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ମୁଢ଼ି। କିଛି ସ୍ଥାନୀୟ ଯୁବକ ଏ ନେଇ ଖବର ପାଇବା ପରେ ସ୍କୁଲ୍‌ରେ ପହଞ୍ଚି ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିଥିଲେ ଓ ଏହାକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ଦେଇଥିଲେ। ଆଉ ଏହା ଭାଇରାଲ୍ ହେବାରେ ଲାଗିଛି।

mudhiଏହି ଭିଡିଓରେ ପିଲାମାନେ ସ୍କୁଲ୍‌ ବାରଣ୍ଡାରେ ବସି ମୁଢ଼ି ଓ ମିକ୍ସଚର ଖାଉଥିବା ଦେଖିବାକୁ ମିଳିଛି। ଅନେକ ପିଲା ଖବର କାଗଜରେ ମୁଢ଼ି, ମିକ୍ସଚର ଖାଉଥିବା ବେଳେ ଆଉ କିଛି ଥାଳି ଓ ଟ୍ରେ’ରେ ଏହାକୁ ଖାଉଛନ୍ତି। ସେ ସମୟରେ ଭିଡିଓ ଉତ୍ତୋଳନ କରୁଥିବା ଯୁବକଙ୍କ ସ୍ୱର ବି ଶୁଣିବାକୁ ମିଳୁଛି, ଯିଏ ପଚାରୁଛନ୍ତି ଯେ କ’ଣ ପାଇଁ ଆଜି ଭାତ ରନ୍ଧା ହୋଇନି। ଏହା ଶୁଣି କେହି ଜଣେ କହୁଛନ୍ତି, କାଠ ନାହିଁ।

mudhi2ଖୋଳତାଡ଼ ପରେ ଜଣାଗଲା ଯେ, ଭିଡିଓଟି ବଲାଙ୍ଗିର ଜିଲ୍ଲା ଆଗଲପୁର ସଂସା ପ୍ରାଥମିକ ବିଦ୍ୟାଳୟର। ଗତ ୧୬ ଓ ୧୭ ତାରିଖରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ବଦଳରେ ମୁଢି ଦିଆଯାଇଥିଲା। ଏନେଇ ଖବର ପାଇବା ପରେ କିଛି ସ୍ଥାନୀୟ ଯୁବକ ସ୍କୁଲ୍‌ରେ ପହଞ୍ଚି ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରି ସୋଶାଲ୍‌ ମିଡିଆରେ ଛାଡ଼ିଥିଲେ।ଜାଲେଣି କାଠ ଅଭାବରୁ ସେଦିନ ଭାତ ରୋଷେଇ କରାଯାଇ ପାରି ନଥିଲା ବୋଲି ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ତେବେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ କହିଛନ୍ତି,“ସିଆରସିସିଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

By amfnews

Related Post