Sun. Jun 8th, 2025

ମଧ୍ୟପ୍ରଦେଶ ସେକ୍ସ ସ୍କାମ୍‌: ଲିପ୍‌ଷ୍ଟିକ୍‌ ଏବଂ ଚଷମାରେ ଲାଗିଥିଲା କ୍ୟାମେରା

By amfnews Sep 30, 2019 #Featured
294 Views

ଭୋପାଲ  : ଚଳିତ ମାସ ମଧ୍ୟଭାଗରେ ହନିଟ୍ରାପ୍‌ ଏବଂ ବ୍ଲାକ୍‌ମେଲ୍‌ର ଖୁଲାସା ହେବାପରେ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସୁଛି। ଅଭିଯୁକ୍ତ ଯୁବତୀମାନେ ଲିପଷ୍ଟିକ୍‌ ଏବଂ ଚଷମାରେ ସ୍ପାଇ କ୍ୟାମେରା ଲଗାଇଥିଲେ ବୋଲ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ସେପ୍ଟେମ୍ବର ୧୮ ଏବଂ ୧୯ରେ ଇନ୍ଦୋର ଏବଂ ଭୋପାଲରୁ ୫ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ମିଳିଛି। ଏହା ପୂର୍ବରୁ ଜଣେ ମ୍ୟୁନିସିପାଲ ଇଞ୍ଜିନିୟର ଅଭିଯୋଗ ଆଣିଥିଲେ ତାଙ୍କର ଭିଡିଓ ଶୁଟିଂ କରି ବ୍ଲାକ୍‌ମେଲ କରାଯାଉଛି। ତାଙ୍କୁ ଏହି ସବୁ ଭିଡିଓ ବଳରେ ୩ କୋଟି ଟଙ୍କା ଦାବି କରାଯାଉଥିଲା ବୋଲି ସେ କହିଥିଲେ। ଏହାପରେ ଏହି ରାକେଟ୍‌ର ଖୁଲାସା ହୋଇଥିଲା।

ଅଭିଯୁକ୍ତଙ୍କଠାରୁ ସ୍ପାଇ କ୍ୟାମେରା ଜବତ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି। ତେବେ ଏହାର ଟେକ୍ନୋଲୋଜି ବାବଦରେ ଏବଂ ଅନ୍ୟ କିଛି ତଥ୍ୟ ସେ ଶେୟାର କରିନାହାନ୍ତି। ଅଭିଯୋଗ ଆସିଛି ବେଶ୍‌ କିଛି ଏଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଅଧିକାଂଶ ମର୍ଫଡ୍‌ ଭିଡିଓ ବୋଲି କୁହାଯାଉଛି।

By amfnews

Related Post