Sat. Mar 7th, 2026

ମଧ୍ୟପ୍ରଦେଶ ନିର୍ବାଚନ ସର୍ଭେ: ୧୨୨ଟି ଆସନରେ ବିଜୟଲାଭ ସହ ସରକାର ଗଢ଼ିବ କଂଗ୍ରେସ

451 Views

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବିପି ପକ୍ଷରୁ କରାଯାଇଥିବା ନିର୍ବାଚନ ସର୍ଭେରେ ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳ ରାଜ୍ୟରେ ୧୨୨ଟି ଆସନରେ ବିଜୟ ଲାଭ କରିବା ସହ ସରକାର ଗଠନ କରିବ ବୋଲି କୁହାଯାଇଛି। ବିଗତ ୧୫ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ଭାରତୀୟ ଜନତା ପାର୍ଟିକୁ ଏଥର ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଛି ଏବିପି ନ୍ୟୁଜ୍‌ ସର୍ଭେ ରିପୋର୍ଟ। ଆସନ୍ତା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ୪୨.୨ ପ୍ରତିଶତ ଭୋଟ ପାଇ ୧୨୨ଟି ଆସନରେ ବିଜୟ ଲାଭ କରି ରାଜ୍ୟରେ ସରକାର ଗଠନ କରିବ।

ସେହିପରି ବର୍ତ୍ତମାନ ଶାସନ କ୍ଷମତାରେ ଥିବା ବିଜେପି ୪୧.୫ ପ୍ରତିଶତ ଭୋଟ ପାଇ ୧୦୮ଟି ଆସନରେ ବିଜୟ ଲାଭ କରିବାକୁ ସମର୍ଥ ହେବ। ଏହି ନିର୍ବାଚନରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ୧୬.୩ ପ୍ରତିଶତ ଭୋଟ ପାଇବାକୁ ସମର୍ଥ ହେଲେ ସୁଦ୍ଧା ଗୋଟିଏ ହେଲେ ଆସନରେ ବି ବିଜୟ ଲାଭ କରିପାରିବେ ନାହିଁ ବୋଲି କହିଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ନିର୍ବାଚନ ସର୍ଭେ ରିପୋର୍ଟ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୩ରେ ମଧ୍ୟପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୧୬୫ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ୫୮ଟି ଆସନରେ ବିଜୟ ଲାଭ କରିଥିଲା।

By amfnews

Related Post