Fri. Dec 27th, 2024

ମଧ୍ୟପ୍ରଦେଶରେ ଋଣଛାଡ କରିବାର ଏକ ସପ୍ତାହ ମଧ୍ୟରେ ଦୁଇ କୃଷକଙ୍କ ଆତ୍ମହତ୍ୟା

By amfnews Dec 25, 2018 #Featured
158 Views

ନୂଆଦିଲ୍ଲୀ, ଡିସେମ୍ବର ୨୫ : ମଧ୍ୟପ୍ରଦେଶରେ ନବଗଠିତ କଂଗ୍ରେସ ସରକାର ଋଣଛାଡ କରିବାର ଏକ ସପ୍ତାହ ମଧ୍ୟରେ ଦୁଇ ଜଣ କୃଷକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ଦୁଇ ମାମଲା ମଧ୍ୟରୁ ପ୍ରଥମ ଘଟଣାଟି ହେଉଛି ଖଣ୍ଡୱା ଜିଲ୍ଲାର ପଧାନା ବିଧାନସଭା କ୍ଷେତ୍ରର ଅସ୍ତରିୟା ଗ୍ରାମର ୪୫ ବର୍ଷୀୟ ଜଣେ ଆଦିବାସୀ କୃଷକ । ସେ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଶବ ଶନିବାର ସକାଳ ୭ଟାରେ ଉଦ୍ଧାର କରା ଯାଇଥିଲା । 

କୃଷକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ସରକାର ଋଣଛାଡ କରିବା ପାଇଁ ଜାରି କରିଥିବା ତାଲିକାରେ ତାଙ୍କର ନାମ ଆସି ନଥିଲା । କାରଣ ରାଜ୍ୟ ସରକାର ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଋଣଛାଡ କରିବା ପାଇଁ ଘୋଷଣା କରିଛନ୍ତି । ମୃତ କୃଷକଙ୍କ ଉପରେ ସହକାରୀ ବ୍ୟାଙ୍କର ପାଖାପାଖି ୩ ଲକ୍ଷ ଟଙ୍କାର ଋଣ ଥିଲା । ସେହି ସମୟରେ ପଧାନା ପୁଲିସ ଥାନା ପ୍ରଭାରୀ ଶିବେନ୍ଦ୍ର ଜୋଶୀ କହିଛନ୍ତି କି, ଅସ୍ତରୀୟା ଗ୍ରାମର କୃଷକ ଜୁବାନ ସିଂହଙ୍କ ଶବ କ୍ଷେତରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରା ଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଇଛି ।

ଜୋଶୀ କହିଛନ୍ତି କି, ଏହି ସମ୍ବନ୍ଧିତ ମାମଲା ରୁଜୁ କରାଯାଇଛି ଏବଂ ଯାଂଚ୍ ଚାଲିଛି । ମାମଲାର ଯାଂଚ୍ ପରେ ଜଣା ପଡିବ ଯେ, ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି । ସେହି ଭଳି କାଲା ପିପଲ ସାଜାପୁର ଜିଲ୍ଲାର ଜଣେ କୃଷକ ପ୍ରେମ ନାରାୟଣ ରଘୁବଂଶୀ ଋଣଛାଡ ଯୋଜନା ଦାୟରରେ ଡିସେମ୍ବର ୨୦ରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ ।

By amfnews

Related Post