Sat. Mar 7th, 2026

ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ଶୌଚାଳୟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

303 Views

ରାଉରକେଲା: ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସରୁ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନଟି ରାଉରକେଲାରୁ ଭୁବନେଶ୍ୱର ଫେରିବା ପରେ ରେଳ କର୍ମଚାରୀମାନେ ଶୌଚାଳୟ ସଫା କରିବାକୁ ଯିବା ସମୟରେ ଏହି ମୃତଦେହକୁ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଶୌଚାଳୟରୁ ଉକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା।

ସୂଚନା ଅନୁସାରେ, ଟ୍ରେନକୁ ସଫା କରିବା ଲାଗି ୱାଶିଂ ଲାଇନକୁ ନିଆଯାଇଥିବାବେଳେ ରେଳ କର୍ମଚାରୀ ଶୌଚାଳୟରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୨ଟା ବେଳକୁ ରେଳ କର୍ମଚାରୀମାନେ ମୃତଦେହ ଦେଖିବା ପରେ ରେଳ ପୁଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ପୁଲିସ ମୃତଦେହକୁ ଜବତ କରିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା। ପୁଲିସ ମୃତକଙ୍କ ପକେଟରୁ ବଲାଙ୍ଗୀରରୁ ସମ୍ବଲପୁର ଜେନେରାଲ ଟିକେଟ ଜବତ କରିଛି।

By amfnews

Related Post