Sun. Jan 12th, 2025

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକଙ୍କୁ ମିଳୁଥିବା ସେବା ବାବଦରେ ପଚାରିବୁଝିଲେ ନବୀନ ପଟ୍ଟନାୟକ

By amfnews Sep 14, 2019 #Featured
152 Views

ଭୁବନେଶ୍ବର  :  ଲୋକସେବା ଭବନରୁ ଆଜି ବିଭିନ୍ନ ଥାନାକୁ ଫୋନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ କରିବା ସହ ଭିଡିଓ କନଫରେନ୍ସିଂରେ ଥାନା ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି । ଏଥିପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ‘ଫାଇଭ-ଟି’ କୁ ଭିତ୍ତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଦାୟିତ୍ୱସଂପନ୍ନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ । ଥାନା ଓ ହସ୍ପିଟାଲରେ ଲୋକେ କିପରି  ସୁବିଧା ପାଉଛନ୍ତି ସେ ନେଇ ସିଧାସଳଖ ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ହସ୍ପିଟାଲରେ ଲୋକେ କିଭଳି ସେବା ପାଉଛନ୍ତି, ସେ କଥା ପଚାରି ବୁଝିବେ । ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜଭୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

By amfnews

Related Post