Sat. Mar 7th, 2026

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ: ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଦଳ

216 Views

ଚେନ୍ନାଇ: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତୀୟ କ୍ରିକେଟ୍‌ ଦଳ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଉପରେ ଆଖି ପକାଇଛି । ସେଥିପାଇଁ ବୁଧବାର ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦କୁ ୬୭ ରନ୍‌ରେ ଜିତିବା ପରେ ଭାରତୀୟ ଖେଳାଳିମାନେ ଗୁରୁବାର ଚେନ୍ନାଇ ପହଞ୍ଚି ଯାଇଛନ୍ତି। ଚେନ୍ନାଇ ପହଞ୍ଚିବାର ଫଟୋ ଅଧିନାୟକ ବିରାଟ କୋହଲି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଦୁଇ ସାଥୀ ଖେଳାଳି ରବୀନ୍ଦ୍ର ଜାଦେଜା ଏବଂ କୁଲଦୀପ ଯାଦବଙ୍କ ସହ ଉଠାଇଥିବା ଏହି ଫଟୋକୁ ପ୍ରକାଶ କରି ଭାରତୀୟ କ୍ରିକେଟ୍ ଦଳ ସେ ଚେନ୍ନାଇ ପହଞ୍ଚି ସାରିଛି, ସେ କଥା ‌ସ୍ଥାନୀୟ କ୍ରିକେଟ୍ ପ୍ରେମୀଙ୍କୁ ଜଣାଇ ଦେଇଛନ୍ତି କୋହଲି । ସୂଚନାଯୋଗ୍ୟ ଯେ ଭାରତ-ୱେଷ୍ଟଇଣ୍ଡିଜ୍ ତିନି ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆସନ୍ତା ୧୫ ତାରିଖରେ ଖେଳାଯିବ। ଏହାପରେ ବିଶାଖାପାଟଣାରେ ୧୮ ତାରିଖରେ ଦ୍ବିତୀୟ ଏବଂ କଟକରେ ୨୨ ତାରିଖରେ ତୃତୀୟ ତଥା ‌ଶେଷ ମ୍ୟାଚ୍ ଖେଳାଯିବ।

By amfnews

Related Post