112 Views
ନୂଆଦିଲ୍ଲୀ : ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି) ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ଏନ୍ଆରସି ତାଲିକା ଜୁଲାଇ ୩୧ ସୁଦ୍ଧା ଚୂଡ଼ାନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବୃଦ୍ଧି କରିବାକୁ ଆଜି ଉଭୟ କେନ୍ଦ୍ର ଓ ଆସାମ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଆରଏଫ୍ ନରିମନଙ୍କ ଖଣ୍ଡପୀଠଙ୍କ ଆଗରେ ପକ୍ଷ ରଖିଥିଲେ। ସେ କହିଥିଲେ, “ବେଆଇନ୍ ଅନୁପ୍ରବେଶକାରୀଙ୍କ ସ୍ଥାନ ଭାରତରେ ନାହିଁ। ଭାରତ କେବେ ହେଲେ ବିଶ୍ୱର ଶରଣାର୍ଥୀଙ୍କ ରାଜଧାନୀ ହେବନାହିଁ।”