Wed. Dec 25th, 2024

ଭାରତ ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ୍ସ

By amfnews Nov 29, 2019 #Featured
148 Views

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ୍ସ ଭାରତକୁ ଦୁଇଦିନିଆ ସରକାରୀ ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଚଳିତ ମାସ ୨୧ ତାରିଖରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ସରକାରୀ ବିଦେଶ ଗସ୍ତ। ଶୁକ୍ରବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ |

ଏହାପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି | ଗୋତାବାୟା କହିଛନ୍ତି ଯେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ବନ୍ଧୁତାକୁ ଉଚ୍ଚତର ଶିଖର ଯାଏଁ ନେବାକୁ ସେ ପ୍ରୟାସ କରିବେ | ଦୁଇ ଦେଶ ମଧ୍ୟରେ ଭଲ ବନ୍ଧୁତା ରହିଛି |

ଆର୍ଥିକ ଅଭିବୃଦ୍ଧି ଓ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶ ମିଶି କାର୍ଯ୍ୟ କରିବା ଆବଶ୍ୟକ | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମନ୍ତ୍ରଣ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତ ଆସିଛନ୍ତି | ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା, ଆର୍ଥିକ ସହଯୋଗ, ଶ୍ରୀଲଙ୍କାରେ ତାମିଲ୍‍ ସମସ୍ୟା ସମେତ ଅନେକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।

By amfnews

Related Post